କୃଷି ବିଭାଗ କେନ୍ଦ୍ରିୟ ଟିମର ସାର ଯାଞ୍ଚ  ଲୋକ ଦେଖାଣିଆ ଅଭିଯୋଗ

ନିମାପଡ଼ା ୧୨/୭(ଏ.ପି ନିୟୁଜ) ଧାନ ଚାଷ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳ  ଯୁରିଆ ସାରର ଚାହିଦା ବୃଦ୍ଧି ପାଇଛି। ଏହି ସମୟରେ  ବଜାରରେ  ୟୁରିଆ ସାର କୁତ୍ରିମ ଅଭାବ ଦେଖାଦେଉଛି।  ସରକାର ୟୁରିଆସାରକୁ ମାର୍କଫେଡ଼ ମାଧ୍ୟମରେ ସାର ଡ଼ିଲରମାନଙ୍କୁ ସାର ଯୋଗାଇଥାନ୍ତି। ମାର୍କଫେଡ଼ ଏବଂ କୃଷି ବିଭାଗ ଓ ଡ଼ିଲରମାନଙ୍କ ମିଳିତ ହୋଇ ଏକ ଗୋଷ୍ଠି ଗଠନ କରି ଅଧିକ ଅର୍ଥ ଲାଭ ଆଶାରେ ୟୁରିଆ  ସାରକୁ କଳା ବଜାର କରିଥାନ୍ତି। ଯେଉଁ  ସାର ଡ଼ିଲର ଅଧିକାରୀମାନଙ୍କୁ ଅଧିକ ଅନୁକମ୍ପା ଦେଖାଇଲା ସେହି ଡ଼ିଲରକୁ ଅଧିକ ପରିମାଣରେ ୟୁରିଆ ସାର  ଦିଆଯାଇଥାଏ।   ଚାଷ ସମୟରେ  ସାର ବିକ୍ରି କରି ଅଧିକ ଦୁଇ ପଇସା ରୋଜଗାର କରିବାକୁ ଚାହୁଁଥିବା  ସମବାୟ ସମିତିଗୁଡ଼ିକ ମଧ୍ୟ କଳାବଜାରକାରୀଙ୍କ  ଠାରୁବାଦ ପଡ଼ିନାହାଁନ୍ତି। ନିମାପଡ଼ା ଓ ଏହାର ଆଖ ପାଖ ଅଞ୍ଚଳରେ ସାର କଳାବଜାର ନାମରେ କିଛି ସାର ଡ଼ିଲରରଙ୍କ  ବ୍ୟବସାୟ ପ୍ରତିଷ୍ଠାନ ଉପରେ  କୃଷି  ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ନିମାପଡ଼ା ଅଞ୍ଚଳରେ ଥିବା  ସାରଡ଼ିଲରଙ୍କ କାଗଜ ପତ୍ର ଯାଞ୍ଚ କରାଯାଇଥିଲା।   ଏହି ଯାଞ୍ଚ ପ୍ରାୟୋଜିତ କାର୍ଯ୍ୟଥିଲା ବୋଲି ଅଭିଯୋଗ ହୋଇଛି। କୃଷି ବିଭାଗ ଅଧିକାରୀ ମାନେ ଯାଞ୍ଚ ସମୟରେ ସାର ବିକ୍ରିର  ଅନିୟମିତତାକୁ  ଓ କୃଷକଙ୍କ ଚାଷ ପାଇଁ ଆସୁଥିବା ୟୁନିଆ ସାରକୁ କଳାବଜାର ରେ ବିକ୍ରି କରାଯାଉଥିବା ଯାଞ୍ଚବେଳେ   ଧରିଥିଲେ,  କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି   ଗଣମାଧ୍ୟମରେ  ଚେତାବନି ଦେଇ ଛାଡ଼ି ଦେଇଥିବାରୁ ଚାଷୀମାନେ ସମାଳୋଚନା  କରିଛନ୍ତି  ।

Leave a Reply

Your email address will not be published. Required fields are marked *