ବର୍ଷାହେଲେ ଶାଇଁଶ ପ୍ରଧାନସାହି ବାସିନ୍ଦଙ୍କ ଦୁର୍ଦ୍ଦିନ ଆସେ

ନିମାପଡ଼ା,୧୨/୭(ଏ.ପି ନିୟୁଜ) ବର୍ଷା ଦିନ ଆସିଲେ ନିମାପଡ଼ା ବ୍ଲକ ଅନ୍ତର୍ଗତ ଶାଇଁଶ ଶାସନ ପଞ୍ଚାୟତ ଅନ୍ତର୍ଗତ ୪ନଂ ୱାର୍ଡ଼ର ପ୍ରଧାନ ସାହି ର ବାସିନ୍ଦାଙ୍କ  ଦୁର୍ଦ୍ଦିନ ମାଡ଼ିଆସେ। ଗ୍ରାମର ମହେନ୍ଦ୍ର ଜେନାଙ୍କଘର ଠାରୁ   ୩ଫୁଟ ଉଚ୍ଚର ବର୍ଷାପାଣି ଗାଁ ଦାଣ୍ଡରେ ଠିଆହୋଇ ରହିଥାଏ। ଗ୍ରାମବାସୀମାନେ  ବର୍ଷାପାଣି ଗାଁ ଦାଣ୍ଡରେ ଜମିରହିବା ଫଳରେ   ବହୁ ସମାସ୍ୟାରେ ସମ୍ମୁଖୀନ ହେଉଛନ୍ତି।ଗ୍ରାମର ପ୍ରାଥମିକ ସ୍କୁଲରେ ପାଠ ପଢୁଥିବା ଛୋଟଛୋଟ ପିଲା  ଓ ହାଇସ୍କୁଲରେ ପଢୁଥିବା ସ୍କୁଲ ପିଲା କଲେଜକୁ ଯାଉଥିବା ପିଲାମାନେ ସହଗ୍ରାମର ବୃଦ୍ଧଓ ବୃଦ୍ଧାମାନେ ବ୍ୟକ୍ତିଙ୍କସହ  ରୋଗରେ ପଡ଼ୁଥିବା ରୋଗୀ ଓ ମହିଳାମାନେ ସ୍ବାସ୍ଥ୍ୟ କେନ୍ଦ୍ରଯିବାପାଇଁ ପାଣି ଭିତରେ ପଶି  ମୁଖ୍ୟ ରାସ୍ତାକୁ ଯିବାପାଇଁ  ପଶି ଯାତାୟତ କରି‌ଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ। ଗ୍ରାମର ରୁଦ୍ର ବରାଳ ନାମକ କଲେଜରେ ପାଠ ପଢୁଥିବା ଯୁବକ ସୁଚନା ଦେଇଛନ୍ତି ପ୍ରତ୍ୟେକ ଥର ବର୍ଷାରେ ଗାଁ ଦାଣ୍ଡରେ ପାଣି ଜମିରହି ଜଳ ବନ୍ଦୀ ସମାସ୍ୟା ସୃଷ୍ଟି କରୁଛି। ଗୋଟିଏ ଦିନରେ ଅସରାଏ ବର୍ଷାହେଲେ  ଗ୍ରାମଦାଣ୍ଡରେ  ୬ଦିନ ପର୍ଯ୍ୟନ୍ତ ପାଣି ଠିଆହୋଇ ରହିଥାଏ। ଳଗାଣ ବର୍ଷ ଳାଗିରହିଲେ  ମାସମାସଧରି ଗାଁ ଦାଣ୍ଡ ବର୍ଷାପାଣି ଠିଆହୋଇ ରହିଥାଏ। ଖରାହେଷଳ ଗାଁ ଦାଣ୍ଡରୁ ପାଣି ଶୁଖିଥାଏ । ଏବଂ କାଦୁଅ ପଚପଚ ଗ୍ରାମ ଦାଣ୍ଡ ରାସ୍ତା ହୋଇଥାଏ। ବର୍ଷାପାଣି ଜମିରହିବା କାରଣରୁ  ଘର ଭିତରେ ଶରୀସୃପ ପ୍ରାଣିମାନେ ପ୍ରବେଶ କରୁଛନ୍ତି।  ଛାତ୍ର ରୁଦ୍ର ବରାଳ   ପଞ୍ଚାୟତର ସରପଞ୍ଚଙ୍କ ସହ ନିମାପଡ଼ା ପବ ନିର୍ମାଣର ଦାୟିତ୍ବ ତୁଲାଉଥିବା  ମାନ୍ୟବର ବିଧାୟିକା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରି ଜଳ ବନ୍ଦୀ ସମାସ୍ୟାର ସ୍ଥାୟୀ  ସମାଧାନ ପାଇଁ ପଦକ୍ଷେପ ନେବାକୁ ପତ୍ର ଲେଖିଛନ୍ତି।

Leave a Reply

Your email address will not be published. Required fields are marked *