ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ ୧୨/୭  (ଏ.ପି ନିୟୁଜ)ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ କରିବାକୁ ପୋଲିସ ମାଜିଷ୍ଟ୍ରେଟଙ୍ମ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ   ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ।ଏଥିରେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ରେ ମହାପ୍ରଭୁଙ୍କ ପ୍ରତି ସେବା,ନିଷ୍ଠା ଓ  ସମର୍ପଣ ରହିଲେ କାର୍ଯ୍ୟ ସଫଳ ହେବ। ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ରକ୍ଷା ସହ ସମସ୍ତ କାର୍ଯ୍ୟ ରେ ମାଜିଷ୍ଟ୍ରେଟ ଓ ପୋଲିସ ମାନଙ୍କର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଚଳିତ ରଥଯାତ୍ରା ରେ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଥିଲେ।କେନ୍ଦ୍ରାଞ୍ଚଳ ଆଇଜି ଡା ସତ୍ୟଜିତ ନାୟକ ଚଳିତ ରଥଯାତ୍ରା ପାଇଁ ଯେଉଁ ମାର୍ଗଦର୍ଶିକା ଜାରି ହୋଇଛି ତାହାରି ଆଧାର ରେ ପରସ୍ପର ସହ ସୁସମନ୍ବୟ ରଖି କାର୍ଯ୍ୟ କରିବା କୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ ପରିଡା ଚଳିତ ବର୍ଷ ର ସ୍ନାନଯାତ୍ରା ରେ ବିପୁଳ ଜନ ସମାଗମ ଦୃଷ୍ଟିରୁ ଚଳିତ ରଥଯାତ୍ରା ରେ ମଧ୍ୟ ବ୍ୟାପକ ଜନ ଗହଳିର ଆଶା କରାଯାଉଛି। ଏହାକୁ ନିଷ୍ଠାର ସହ ଅନୁପାଳନ କରିବା ଆବଶ୍ୟକ।ତେଣୁ ପରସ୍ପର କୁ ଜାଣିବା, କାର୍ଯ୍ୟ ଓ ଦାୟିତ୍ୱ ଦିଆ ଯାଉଥିବା ଅଞ୍ଚଳ ସମ୍ପର୍କରେ ବିଷଦ ଭାବେ ଅବଗତ ହେବା, ଅତ୍ୟାବଶ୍ୟକୀୟ ସୁବିଧା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ସୂଚନା କେନ୍ଦ୍ର, ଶୌଚାଳୟ, ପୋଲିସ ସହାୟତା କେନ୍ଦ୍ର ଇତ୍ୟାଦି ସମ୍ପର୍କରେ ଧାରଣା ରଖି ଏବଂ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଜିଲ୍ଲା ଏସପି ପ୍ରତୀକ ସିଂ ପୂର୍ବ ଅନୁଭବ ଓ ଅଭିଜ୍ଞତା ଆଧରରେ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକ ମାନଙ୍କୁ ସୁବିଧା ଓ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *