ନିମାପଡ଼ା, ୧୪/୭ (ଏ.ପି .ନିୟୁଜ): ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ବ୍ଲକ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ସଂଘର ସଦସ୍ୟମାନେ ପୁଷ୍ପମାଲ୍ୟଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଆୟୋଜିତ ଆଲୋଚନାଚକ୍ରରେ ଗୋପବନ୍ଧୁ ଦାସଙ୍କ ସମାଜର ପ୍ରତିଷ୍ଠାତା ତଥା ସାମ୍ବାଦିକ ମାନଙ୍କର ପ୍ରେରଣା ଓ ଆଦର୍ଶ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଥିବା ସାମ୍ବାଦିକ ମାନେ ସଂକଳ୍ପ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ କୁମାର ନାୟକ, ଉପସଭାପତି ଅରୁଣ ମହାପାତ୍ର, ସାଧାରଣ ସମ୍ପାଦକ ଅଶୋକ ବେହେରା, ସହ-ସମ୍ପାଦକ ଅଜିତ ରଞ୍ଜନ ସାହୁ ଓ ଶିଶିର ସ୍ୱାଇଁ, କୋଷାଧ୍ୟକ୍ଷ ଶାନ୍ତନୁ ମହାନ୍ତି, ଉପଦେଷ୍ଟା ରାଜକିଶୋର ଦାସ ,ଓ ଡଃ.କେଦାରନାଥ ସାହୁଙ୍କ ସମେତ ବିବେକାନନ୍ଦ ସେଠୀ, ସତ୍ୟମ୍ ଜୋସେଫ ଲେଙ୍କା, ସିଦ୍ଧାର୍ଥ ଶେଖର, ନିବେଦିତା ମିଶ୍ର, ରଞ୍ଜନ ଦାଶ, ସୁରେଶ ମହାନ୍ତି,ବିଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିଭଳି ଆଜି ପବିତ୍ର ନେତ୍ରୋତ୍ସବ ତିଥି ଓଡ଼ିଆ ଜାତିର ଚିର ନମସ୍ୟ “ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ” ଙ୍କ ୯୮ତମ ପୁଣ୍ୟତିଥି ଅବସରରେ ନିମାପଡା ତହସିଲ ସାମ୍ନା ସ୍ଥିତ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତିରେ ଜାଗ୍ରତ ଯୁବଶକ୍ତି ପକ୍ଷରୁ ସଭ୍ୟ ଓ କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଦେବାସହ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ନିମାପଡା ର ଏହି ଶ୍ରେଷ୍ଠ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜାଗ୍ରତ ଯୁବଶକ୍ତି ସଂଗଠନ, ଗୋପବନ୍ଧୁ ସେବା ସଂଘ, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ସମେତ ଅଂଚଳର ବହୁ ବୁଦ୍ଧିଜୀବି, ଅନେକ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା, ସାଧାରଣ ନାଗରିକ ଗଣ ଉପସ୍ଥିତ ରହି ଉତ୍କଳମଣି ଙ୍କ ସେବା, ସମର୍ପଣ ଓ ତ୍ୟାଗପୂତ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।
ବିଶିଷ୍ଟ ସାମ୍ବାଦିକ ଓ,ପଣ୍ଠିତ ଗୋପବନ୍ଧୁ ଦାସ ୯୮ ତମ ଶ୍ରାଦ୍ଧ ଉତ୍ସବ ପାଳିତ












Leave a Reply