ମଣ୍ଡଳସ୍ତରୀୟ ଓଡ଼ିଶୀ ସଂକିର୍ତ୍ତନ ସମାରୋହ

ନିମାପଡ଼ା, ୧୪/୧( ଏ.ପି ନିୟୁଜ))  ମହାପ୍ରଭୁ ଜଗନ୍ନାଥଙ୍କ ଅନବସର ଶେଷ ହୋଇ ଆଜି ନେତ୍ର ଉତ୍ସବ  ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଅବସରରେ  ପବିତ୍ର ଦିବସରେ ନିମାପଡ଼ା, ବ୍ଲକ ଅନ୍ତର୍ଗତ ଶାଇଁଶ ଶାସନ ପଞ୍ଚାୟତର  ଦକ୍ଷିଣେଶ୍ବରୀ ପୀଠରେ ମା ନାରାୟଣୀ ସେବା ସଂଘ ଆନୁକୂଳ୍ୟରେ ମଣ୍ଡଳସ୍ତରୀୟ ଓଡ଼ିଶୀ ସଙ୍କିର୍ତ୍ତନ ମଣ୍ଡଳୀ ଗୁଡ଼ିକର ସମାରୋହ  ସକାଳ ୮ରୁ ଆରମ୍ଭ ହୋଇ ରାତି ୮ ଟା ପର୍ଯ୍ୟନ୍ତି ୧୨ ଘଣ୍ଟାଧରି ଅନୁଷ୍ଠିତ ହୋଇଛି।  ଏହି ଅଞ୍ଚଳରେ ବୁଡ଼ିଯାଉଥିବା  ଓଡ଼ିଶୀ ସଙ୍କିର୍ତ୍ତନ ଧାର୍ମିକ ବାର୍ତ୍ତା ଗ୍ରାଞ୍ଚଳରେ ପ୍ରଚାରିତ କରିବା ପାଇଁ ଓଡ଼ିଶୀ ସଙ୍କିର୍ତ୍ତନ  ସମାରୋହକୁ ବିଜେପି ବଳଙ୍ଗା ମଣ୍ଡଳ ସଭାପତି ତଥା ସରପଞ୍ଚ  ଦେବାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।  ଏହି ସମାରୋହରେ ୨୧ଟି ସଂଙ୍କିର୍ତ୍ତନ ମଣ୍ଡଳୀର ୨ଶହରୁ ଉର୍ଦ୍ଦ ଗାୟକ ଓ ବାୟକ ଯୋଗ ଦେଇ  ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଜାଗ୍ରତ କରିଥିଲେ।  ନିଖିଳ ଉତ୍କଳ ବ୍ଲକ ସଂଙ୍କିର୍ତ୍ତନ ମହାସଂଘର ଅନୁନ୍ଧିତ ହୋଇଥିବା, ନିମାପଡ଼ା, ପିପିଲି, ବାଲିପାଟଣା, ଏବଂବାଲିଅନ୍ତା ଆଦି ବ୍ଲକ ଅଞ୍ଚଳରେ ଥିବା ସଙ୍କିର୍ତ୍ତନ ମଣ୍ଡଳୀ ଗୁଡ଼ିକ ସଂଙ୍କିର୍ତ୍ତନ ପରିବେଷଣ କରି ଦକ୍ଷିଣକାଳୀ ପୀଠ ରେ ଧାର୍ମିକ ପରିବେଷ ସୃଷ୍ଟି କରିଥିଲେ। ସମାବେଶରେ ସମିତିସଭ୍ୟା ସଂନ୍ଧ୍ୟାରାଣୀ ରଥ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମିଶ୍ର ପିଇଓ ଅରବିନ୍ଦ ବେହେରା ଗୁରୁ ନରେନ୍ଦ୍ର ପାଟ୍ଟଶାଣୀ, ଅନ୍ତର୍ଯ୍ୟାମି ପରିଡ଼ା, ସାମ୍ବାଦିକ ସଂଘ ସଭାପତି ଅକ୍ଷୟ କୁମାର ନାୟକ, ଉପସଭାପତି ଅରୁଣ ପ୍ରସାଦ ଦାଶ, ସାଧାରଣ ସଂପାଦକ ଅଶୋକ କୁମାର ବେହେରା, ଅଜିତ ରଞନ ସାହୁ ଡ଼ଃ କେନାରନାଥ ସାହୁ, ଶିଶିର ସ୍ବାଇଁ, ବୈରିଗୁଞନ,  ଓ ବିଜୟ ବେହେରା ପ୍ରମୁଖ ସମ୍ବାଦିକଙ୍କୁ  ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *