ପୁରୀ ୧୫/୭( ଏ.ପି ନିୟୁଜ)ଭକ୍ତମାନଙ୍କୁ ଟ୍ରାଫିକ୍ ପରାମର୍ଶ ପାଳନ କରି ସୁରକ୍ଷିତ ଓ ସୁଗମ ଯାତ୍ରା କରିବାକୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଏସ୍. କେ. ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।  ସେ କହିଛନ୍ତି ସମଗରା ରାସ୍ତା ଖରାପ ଥିବାରୁ ଚାରିଚକିଆ ଯାନ ଗୁଡ଼ିକ ତାଳବଣିଆରୁ ଉକ୍ତ ରାସ୍ତା ଦେଇ ଫେରିବାକୁ ଦିଆଯିବନି। ଉକ୍ତ ରାସ୍ତା ଖରାପ ଥିବାରୁ ଟ୍ରାଫିକ ସମାସ୍ୟା ଦେଖା ନଦେବାପାଇଁ  ପୁରୀ କୋଣାର୍କ ବେଳମାର୍ଗ ରାସ୍ତା ଦେଇ ସମସ୍ତ ବସ ନିମାପଡ଼ା ଖେଲାର ବାଟଦେଇ  ପିପିଲି ଠାରେ ଜାତୀୟ ରାଜପଥରେ ଭୁବନେଶ୍ବର ଯିବ। କଟକ ଯିବାକୁ ଥିବା ଚାରିଚକିଆ ଯାନ ବା ବସ ଗୁଡ଼ିକ ନିମାପଡ଼ା ଜୟଶ୍ରୀ ଛକରୁ ଉତ୍ତରା ଛକ ଦେଇ ଜାତୀୟ ରାଜପଥରେ କଟକ ଯିବ। କିମ୍ବା ନିମାପଡ଼ାରୁ ଚାରିଛକ ଓ ଗୋପରୁ ଚାରିଛକ ‌ବାଟଦେଇ କଟକ ଯିବା ପାଇଁ ପରାମର୍ଶ ଦିଆଯାଇଛି

Leave a Reply

Your email address will not be published. Required fields are marked *