ଦାଣ୍ଡରେ ଗଡ଼ିଲା କୁନିରଥ ଭକ୍ତିଭରାରେ ଟାଣିଲେ କୁନି ପିଲା

ନିମାପଡ଼ା,୧୬/୭(ଏ.ପି ନିୟୁଜ) ଆଜି  ସର୍ବତ୍ର ରଥଯାତ୍ରା ପାଳିତ ହେଉଥିବାବେ‌ଳେ ନିମାପଡ଼ାରେ କୁନିକୁନି ପିଲାମାନେ ଘଣ୍ଟ ବାଡ଼େଇ ରଥ ଟାଣିବା ଦୃଶ୍ୟ ରାସ୍ତାରେ ଯାଉଥିବା ଦେଖଣାହାରୀମାନଙ୍କ ମନ‌ ମୋହିନେଇଥିଲା। ନିମାପଡ଼ା ଏନ.ଏ.ସି ରଅନ୍ତର୍ଗତ ଅମୁଣିଆ ପାଟଣା ଗ୍ରାମର ଛୋଟପିଲାମାନେ ଲଗାଣ ବର୍ଷାକୁ ଖାତିରନକରି ପ୍ରଭୁ ଜଗନ୍ନାଥଙ୍କୁ ଏକ ଛୋଟ ରଥରେ  ବସାଇ ଭକ୍ତି  ରସରେ ଓ ହରିବୋଲ ଧ୍ବତିରେ ଭିତରେ ରଥଟାଣିନେଉଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟଷ୍ପର୍ସି ହୋଇଥିଲା।    ୨କିମି ବ୍ୟାପି ନିମାପଡ଼ା ମୁଖ୍ୟ ବଜାର ପରିକ୍ରମା କରିଥିଲା ଛୋଟପିଲାଙ୍କ କୁନି ରଥ। କୁନିପିଲାମାନେ ରଥରେ ପୁଜାପାଉଥିବା ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ନିକଟରେ ଲାଗିକରିଥିବା ଚୁଡ଼ାଘଷାକୁ ଭୋଗକରି ରାସ୍ତାରେ ଯାଉଥିବା ବାଟୋଇମାନଙ୍କୁ ବାଣ୍ଟୁଥିବା ଦୃଶ୍ୟ ଅତିମନୋଲୋଭାଥିଲା।

Leave a Reply

Your email address will not be published. Required fields are marked *