ନିମାପଡ଼ା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ। ଜିଲସ୍ତରୀୟ ଅଧିକାରୀ ଅନୁପସ୍ଥିତ

ନିମାପଡ଼ା, ୨୦/୭ (ଏ.ପି ନିୟୁଜ) ନିମାପଡ଼ା ବ୍ଲକର  ବିଜୁପଟ୍ଟନାୟକ ସମ୍ମିଳନୀ ଗୃହରେ ଆଜି  ଯୁଗ୍ମ ଅଭିଯୋଗ ଶୁଣାଣୀର କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା।  ଅଭିଯୋଗ ଶୁଣାଣୀରେ ପୁରୀ  ଜିଲାପାଳ କିମ୍ବା ଅନ୍ୟ କୈାଣସି ଜିଲାସ୍ତରୀୟ ଅଫିସରମାନେ ଅନୁପସ୍ଥିତ ଥିବା ଦେଖାଯାଇଥିଲା। କୁହାଯାଇଛି ରଥଯାତ୍ରାର ଆଜି ହେରାପଞ୍ଚମୀ ନୀତି  ପାଳିତ ହେଉଥିବାରୁ  ଜିଲାସ୍ଥରୀୟ  ଅଧିକାରୀମାନେ ଶୃଙ୍କଳଳୀତ ନୀତିକାନ୍ତି ଓ ଅତିଥିସେବାରେ ବ୍ୟସ୍ତ ଥିବାରୁ କୈାଣସି ଅଧିକାରୀ ଜନଶୁଣାଣୀରେ ଯୋଗ ଦେଇନଥିଲେ। ଜିଲାର ଡ଼େପୁଟି ଉପଜିଲାପାଳ କାମ ଚଳାଇବା ପାଇଁ ଜନଶୁଣାଣୀରେ ଉପସ୍ଥିତ ଥିଲେ। ଅଧିକାରୀମାନଙ୍କ ଅନୁପସ୍ଥିତିକୁ ଦେଖି ଅଭିଯୋଗକାରୀମାନେ କାହାକୁ ଗୁହାରୀ କରିବେ ଭାବି   ଜନଶୁଣାଣୀ କାର୍ଯ୍ୟକ୍ରମରେ ଭାଗ ନନେଇ ପେରିଯାଉଉଥିବା ଦେଖାଯାଇଥିଲା। ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତଥିବା ବ୍ଲକରେ  ମାତ୍ର ୩୦ ଟି ଅଭିଯୋଗରଆସିଥିଲା ଏବଂ ସେଗୁଡ଼ିକର  ଶୁଣାଣୀ ହୋଇଥିଲା।  ବାରମ୍ବାରଦଳ ବଦଳକରିଥିବା   ଗୋଷ୍ଠୀ ବ୍ଲକର  ଦୀର୍ଘ ୨୫ ବର୍ଷ ହେବ ନିଜ ଶାସନ ଅଧିନରେ ରଖିଥିବାରୁ  ଦୁର୍ନିତିର ବହୁମାତ୍ରାରେ ବୃଦ୍ଧି ପାଇଛି।  ପ୍ରଶାସନ ଆଗରେ ଦୀର୍ଘ ବର୍ଷ ହେବ ଦୁର୍ନିତି ବିରୁଦ୍ଧରେ ଆମ ଆଦମି ଅଭିଯୋଗ କଲେମଧ୍ୟ ପ୍ରଶାସନ କର୍ଣ୍ଣ ପାତ କରୁନଥିବା ଅଭିଯୋଗ କରିବାକୁ ହିତାଧିକାରୀମାନେ ଆସିବାକୁ ମଙ୍ଗୁ ନାହାଁନ୍ତି।   ଆଜି ଜନଶୁଣାଣୀରେ ମାତ୍ର ୩୦ଟି ଅଭିଯୋଗ ଆସିଥିଲା ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ୫ଟି , ଗ୍ରାମ୍ୟସଡ଼କ ପାଇଁ ୫ଟି, ପ୍ରାଣୀଧନ ଚିକିତ୍ସାଳ ନିର୍ମାଣ ବାବତରେ , ପୋଖରୀ ନିଲାମ ଓ କଲ୍ୟାଣ ମଣ୍ଡପ ନିର୍ମାଣ ବିଳମ୍ବ ଏବଂ  ଏନ.ଏ.ସିରୁ   ବର୍ଷାଜଳ ନିଷ୍କାସନ ୫ଟି , ରାସ୍ତା ମରାମତି ଓ ନିର୍ମାଣ  ପାଇଁ ୫ଟି  ଅଭିଯୋଗ ହୋଇଥିଲା। କିଛି  ବ୍ୟକ୍ତିଗତ ଅଭିଯୋଗ ଶୁଣାଣୀ ହୋଇଥିଲା। ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ୫ ଟିର ସମାଧାନ ଶୁଣାଣୀ ସ୍ଥଳରେ ଅଧିକାରୀମାନେ  ସମାଧାନ କରିଥିଲେ। ଡ଼େପୁଟି ଉପଜିଲାପାଳ ‌ବିବେକାନନ୍ଦ ସାହୁ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ତହସିଲଦାର ମନୋଜ କୁମାର ପ୍ରଧାନ , ଏସ.ଡ଼ିପିଓ ଜନାର୍ଦ୍ଦନ ପା୍ଢୀଅଭିଯୋଗଗୁଡ଼ିକର ଶୁଣାଣୀ  କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳସେଚନ ବିଭାଗ ଡ଼େପୁଟି ନିର୍ବାହୀ ଯନ୍ତ୍ରୀ ଶକ୍ତି କାନ୍ତ ମିଶ୍ର, ଗ୍ରାମ୍ୟ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରବିରକୁମାର ବଳ, ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସବାବୁ ସହ କୃଷି, ଯୋଗାଣ ଉଦ୍ୟାନ ବିଭାଗ ଅଧିକାରୀ  ଶୁଭଶ୍ରୀ କର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *