ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ

ନିମାପଡ଼ା:୨୧/୭ ଏ.ପି ନିୟୁଜ) ମାଆ ଜାଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟତାର ସହ ଅନୁଷ୍ଠିତ ହୋଇଛି । ହେରାପଞ୍ଚମୀ ତିଥିରେ ଛେନୁଅଁ ଗୁଡୁସାହିରେ ହୋମ-ଯଜ୍ଞ ଓ ହରିନାମରେ ପ୍ରକମ୍ପିତ ହୋଇଛି । ଶତାଧିକ ପୁରୁଷ ମହିଳା ଏକତ୍ର ହୋଇ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବରେ ସାମିଲ ହୋଇଛନ୍ତି । 35 ଫୁଟ ଉଚ୍ଚର ନିର୍ମାଣ ନୂତନ ମାଆଙ୍କ ମନ୍ଦିର ଅତ୍ୟନ୍ତ ସୁନ୍ଦର ହୋଇଥିବାବେଳେ ନିମାପଡ଼ା ଅଞ୍ଚଳରେ ଅନ୍ୟତମ ଉଚ୍ଚତମ ଦେବୀ ମନ୍ଦିର ଭାବେ ସ୍ଥାନିତ ହେବାକୁ ଯାଉଛି ।  ଗ୍ରାମବାସୀ ଏବଂ ଆଖପାଖ ଗ୍ରାମର ଭକ୍ତ ଓ ଶ୍ରଦ୍ଧାଳୁମାନେ  ପଞ୍ଚଶସ୍ୟ ଓ ପଞ୍ଚରତ୍ନରେ  ରତ୍ନମୁଦରେ ପ୍ରଦାନ କରିଥିଲେ । ସମସ୍ତ ଗ୍ରାମବାସୀ ମିଶି ଏହି ଭବ୍ୟ ଉତ୍ସବକୁ ନିଷ୍ଠା ଓ ଭକ୍ତିର ସହ  ପାଳନ କରିଥିଲେ ।  ଅଧ୍ୟତ୍ମିକ  ପରିବେଶରେ ଗ୍ରାମ ମୁଖରିତ ହୋଇଥିଲା

Leave a Reply

Your email address will not be published. Required fields are marked *