ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଗ୍ରସ୍ତ ପୂର୍ବରୁ ପୁର୍ତ୍ତ  ବିଭାଗର ରାସ୍ତାକାମ ମନେ ପଡ଼ିଲା

ନିମାପଡ଼ା,୨୧/୭ (ଏ.ପି ନିୟୁଜ)  ବାହୁବଳି ଠିକାଦାର  ମନମାନିରେ ଚାଲିଛିପୂର୍ତ୍ତ ଉପଖଣ୍ଡ। ଆଜି ନିମାପଡ଼ା ଆରଡ଼ି ବିଭାଗ ସୁପରିଣ୍ଡେଣ୍ଟଙ୍କ ଅଫିସ ପରିସରରେଆଜି  ଭିତ୍ତି ପ୍ରସ୍ତରସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା।  ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ନିମାପଡ଼ା ବଳଙ୍ଗା ରାସ୍ତାର ଆର.ଡ଼ି ଅଫିସ ଆଗରେ ଖାଲ ଖମାରେ ପରିଣିତ ‌ହୋଇଛି।   ଉପମୁଖ୍ୟ ମନ୍ତ୍ରୀଙ୍କ ଗ୍ରସ୍ତ ଅଧ ଘଣ୍ଟା ପୁର୍ବରୁ ରାସ୍ତାରେ ଥିବାଖାଲ ଖମାକୁ ପୋତା ଯାଇ ମରାମତି    କରାଯାଉଥିବା ଦେଖିବାକୁ ମିଳିଥିଲା।  ଜଣେ ଠିକାଦାର  ରାସ୍ତା ମରାମତି କାମକୁ ନେବାକୁ ଉଦ୍ୟମ ଚଳାଇଥିଲେ, ବିଭାଗୀୟ ଅଧିକାରୀ ସରକାରୀ ଦଳ ଭୟରେ କାମକରିବାକୁ ‌ୋଦଇ ନଥିଲେ ବୋଲି ଆଲୋଚନା ଚାଲିଛି  ଏହି ରାସ୍ତାଅବସ୍ଥା ବିଷୟରେ  ବାରମ୍ବାର ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ପୁର୍ତ୍ତ ଅଧିକାରୀ ନିଘୋଡ଼ ନିଦରେ ଥିବା ଆଲୋଚନା ଚାଲିଛି। କିଛି ଠିକାଦାରଙ୍କ ମର୍ଜିରେ ଚାଲିଛି ପୂର୍ତ୍ତ ବିଭାଗ ନିମାପଡ଼ା ଉପଖଣ୍ଡଅଫିସ। ଅଧିକାରୀଙ୍କ ବିବାହ କାର୍ଯ୍ୟର ମଧ୍ୟସ୍ଥି ସାଜିଥିବା  ବ୍ୟକ୍ତିଙ୍କୁ ପୁର୍ତ୍ତ ବିଭାଗର ଅହେତୁକ ଅନୁକମ୍ପା  ପ୍ରଦର୍ଶନ କରାଯାଉଥିବା  ସାଧାରଣରେ ଅଭିଯୋଗ ହେଉଛି। ପୁର୍ତ୍ତ ବିଭାଗ ଉଚ୍ଚ କତ୍ତୁପକ୍ଷ ନିମାପଡ଼ା ଉପଖଣ୍ଡରେ ହୋଇଥିବା ବଡ଼ ଘୋଟଲାକୁ ତଦନ୍ତ କରିବାକୁ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *