ନିମାପଡ଼ା,(ଏ.ପି ନିୟୁଜ) ଆଜିସକାଳ ସାଢେ ୬ଟାସମୟରେ ସ୍ବତନ୍ତ୍ର ସଘନ ସଂସୋଧନ କାର୍ଯ୍ୟ ନିମାପଡ଼ା ବ୍ଲକ ଏବଂ ଏନ.ଏ.ସି ଅଞ୍ଚଳରେ ଚାଲିଛି। ବିଏଲଓ ଙ୍କ ଘରକୁ ଘର ପରିଦର୍ଶନ କରି ବୁଥ ସ୍ତରୀୟ ଅଧିକାରୀମାନେ ଭୋଟରମାନଙ୍କୁ ଏନୁମରେସନ ଫର୍ମ ପ୍ରଦାନ କରୁଛନ୍ତି। ସ୍ବଛ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟ । ଅଧିକ ସଚେତନତା ସୃଷ୍ଟି କରିବାପାଇଁ ଆଜି ନିମାପଡ଼ା ଦୋଳବେଦୀ ଛକ ଠାରୁ ଏକ ପଦଯାତ୍ରା ବ୍ଲକ ଅଫିସ ପର୍ଯ୍ୟନ୍ତ ବିଡ଼ିଓ ଡ଼ା, ଅଭିଜିତ ଷଡ଼ଙ୍ଗୀଙ୍କ ନେତୃତ୍ବରେ କରାଯାଇଥିଲା। ହାତ ଗଣତି ପିଲାମାନଙ୍କୁ ନେଇ ଏହି ପଦଯାତ୍ରା କରାଯାଇଥିଲା। ନିର୍ବାଚନ କମିଶନ ପକ୍ଷରୁ ସଚେତନତାପାଇଁ ଟି ସାର୍ଟ ବଣ୍ଟନ ପାଇଁ ଆସିଥିଲା। ବିଡ଼ିଓଙ୍କ ଉପସ୍ଥିତିରେ ଟି ସାର୍ଟ ବଣ୍ଟନରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ । ପଦଯାତ୍ରାରେ ବିଏଲଓ ଙ୍କ ସଂପୃକ୍ତି ଆବଶ୍ୟକ ରହିଛି କିନ୍ତୁ ଏହି କାର୍ଯ୍ୟକ୍ରମରେ ଅଧିକାଶଂ ବିଏଲଓ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ସକାଳ ଆରମ୍ଭ ହେବାକୁଥିବା ପଦଯାତ୍ରା ର କିଛିସମୟ ପୂର୍ବରୁ ଗଣମାଧ୍ୟମକୁ ବ୍ଲକ ପକ୍ଷରୁ ଅବଗତ କରାଯାଇଥିଲା । ଶାରିରୀକ ପ୍ରଶିକ୍ଷକ ରଣଜିତ କେଶରୀ ନାୟକ ଙ୍କ ସହଯୋଗରେ କାର୍ଯ୍ରକ୍ରମ ପରିଚାଳିତ ହୋଇଥିଲା। ପଦଯାତ୍ରା ଷାଷ ହେବାପରେ ଅଙ୍ଗନବାଡ଼ି କର୍ମୀମାନେ ବ୍ଲକ ଅଫିସରେ ପହଁଞ୍ଚିଥିଲେ। ତରବରିଆଭାବେ ପ୍ରଶାସନ ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନତା ପଦଯାତ୍ରା





Leave a Reply