ନିମାପଡା ୨୪/୭( ଏ.ପି ନିୟୁଜ)୭୭ ତମ ବନମହୋତ୍ସବ ପାଳନ ଅବସରରେ ନିମାପଡା ବ୍ଲକ ଅଧିନସ୍ଥ ସଲଙ୍ଗ ପଞ୍ଚାୟତରେ ସପ୍ନା ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ସଲଙ୍ଗ ପଞ୍ଚାୟତ ଗ୍ରାମ ବାସୀଙ୍କ ସହଯୋଗରେ ଏବଂ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଓ ଓଡିଶା ଜୈବବିବିଧତା ବୋର୍ଡ଼ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆମରଙ୍ଗ ଗ୍ରାମ୍ୟ ପୋଖରୀ ଚାରି ପାର୍ଶ୍ବରେ ଏବଂ ଶିବ ମନ୍ଦିର ପ୍ରାଙ୍ଗଣରେ ହାରାହାରି ୧୦୦ ଗଛ ଲଗାଯାଇଅଛି । ସେଥିରେ ଅର୍ଜୁନ, ଲିମ୍ବ, ଜାମୁ, ଶାଗୁଆନ, ବଉଳ, କରଞ୍ଜ, ଅଁଳା, ପିଜୁଳି, ଆତ୍, ଆକାଶି, ପିସ୍ତା ବାଦାମ, ଇତ୍ୟାଦି ବିଭିନ୍ନ ଚାରା ରୋପଣ କରାଯାଇଛି। ଏବଂ ଗଛ ଗୁଡିକକୁ ଗ୍ରୀନ ନେଟ୍ ସାହାଯ୍ୟରେ ସୁରକ୍ଷା କରାଗଲା । ସପ୍ନା ସଂଯୋଜକ ଜୟନ୍ତ ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସଫଳତା ସହ ଆୟୋଜିତ ହୋଇଯାଇଛି ଏବଂ ଗ୍ରାମ ବାସୀ ପ୍ରଭାକର ସ୍ବାଇଁ , ପ୍ରଶାନ୍ତ କୁମାର ସ୍ବାଇଁ ,ହେମନ୍ତ ପିଠୋଇ, କୁଞ୍ଜବିହାରୀ ରାଉତ ଓ ରଞନ କୁମାର ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।












Leave a Reply