ନିମାପଡ଼ା, (ଏ.ପି ନିୟୁଜ) ରାଜ୍ୟର ଏକ ନଂ ୧ ଖବର କାଗଜର ଏଜେଣ୍ଟ ନିଜକୁ ସମ୍ବାଦିକ କହି ବାଲିଘାଟ, ଠିକାସଂସ୍ଥାରୁ ଲକ୍ଷାଧିକ ଟଙ୍କା ବିଜ୍ଞାପନ ନାମରେ ବଟି ଆଦାୟକରି ନିଜ ପକେଟକୁ ନେଉଥିବା ସହ ବାମନାଳ ଅଞ୍ଚଳରେ କୈାଣସି ଭିତ୍ତି ଭୂମି ନଥାଇ ଶିଶୁ ମନ୍ଦିର ଖୋଲି ଶିକ୍ଷା ନାମରେ ଅଭିଭାବକମାନଙ୍କୁ ଲୁଟୁଥିବା ଖବର କାଗଜର ବାର୍ତ୍ତା ସଂପାଦକଙ୍କ ନିକଟରେ ସେହି କାଗଜର ଅନ୍ୟ ଏଜେଣ୍ଟମାନେ ତଥ୍ୟମୂଳକ ଅଭିଯୋଗ କରିଛନ୍ତି। ଖବର କାଗଜର ଏଜେଣ୍ଟ ଜଣକ ଶିଶୁ ମନ୍ଦିର ନାମରେ ଏକ ସ୍କୁଲ ଖୋଲି ଶିକ୍ଷକ କର୍ମଚାରୀମାନଙ୍କୁ ଚାକିରିଦେବା ନାମରେ ଲକ୍ଷାଧିକ ଟଙ୍କା ଆଦାୟ କରିନିଜପକେଟକୁ ନେଉଥିବା ଅଭିଯୋଗ ହୋଇଛି। ୬୦ ଖଣ୍ଡ ପେପର ବିକ୍ରି କରି ନିଜକୁ ସର୍ବମୟ କର୍ତ୍ତା ବୋଲି ନିମାପଡ଼ାରେ କହି ବୁଲୁଛି। ଅଭିଯୋଗକଲେ ମୁଁ ସାମ୍ବାଦିକ କହି ଶିକ୍ଷା ବିଭାଗ ଏବଂ ସ୍ଥାନୀୟ ଅଭିଭାବକମାନଙ୍କୁ ଧମକାଉଥିବା ତଥ୍ୟମୂଳକ ଅଭିଯୋଗ ହୋଇଛି। ଛୋଟଛୋଟ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବାନାମରେ ଅଭିଭାବକଙ୍କ ଠାରୁ ଲୁଟୁଥିବା ଗଣ ଶିକ୍ଷା ବିଭାଗରେ ଅଭିଯୋଗ ହୋଇଛି। ଏହି ସ୍କୁଲ ପ୍ରତିଷ୍ଠାହେବା ଠାରୁ ପରୀକ୍ଷା ଫଳ ଗୁଣାତ୍ମକ ହୋଇନଥିବା ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ମତଦେଇଛନ୍ତି। ଯେଉଁ ଖବର କାଗଜର ଏଜେଣ୍ଟ ହୋଇଛନ୍ତି ସେ ନିଜ ଶିଶୁ ମନ୍ଦିରରେ ଇକ୍ତ ଖବର କାଗଜର ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ କରି ସମ୍ବାଦପତ୍ରରୁ ମିଳିଥିବା ଅର୍ଥ ଏବଂ ସ୍ଥାନୀୟ ଅଞ୍ଚଳରୁ ଚାନ୍ଦାଆଦାୟକରି ନିଜ ପକେଟକୁ ନେଇଥାନ୍ତି । ଚଳିତ ବର୍ଷ ସଂପୃକ୍ତ ଏଜେ ଣ୍ଟ ସ୍କୁଲ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଉତ୍କୋଚ ଦେଇ ଗରିବଶ୍ରେଣୀର ପିଲାମାନଙ୍କୁ ମାଗଣାଶିକ୍ଷା ଦେଉଥିବା ମିଥ୍ୟା କାଗଜପତ୍ର ପ୍ରସ୍ତୁତକରି ସରକାରଙ୍କ ଠାରୁ ୮୬ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଶିଶୁ ମନ୍ଦିରର ନିଜସ୍ବ ଜମି, କୋଠାବାଡ଼ି, ଖେଳ ପଡ଼ିଆ ସହ ୧୮ ଟି ଘୋଷଣାପତ୍ର ବ୍ଲକ ଶିକ୍ଷା ଅଧିକାରୀ ନିକଟରେ ଦାଖଲ କରିବାର ନିୟମ ରହିଛି। ମାତ୍ର ସେ ନିଜକୁ ସାମ୍ବାଦିକ କହି ଶିକ୍ଷା ବିଭାଗ ଅଧିକାରୀଙ୍କୁ ଡ଼ରାଉଥିବାର ଶିକ୍ଷା ବିଭାଗର ଉଚ୍ଚ କର୍ମକର୍ତ୍ତାଙ୍କ ନିକଟରେ ଅଭିଯୋଗ ହୋଇଛି। ନିକଟରେ ଜୈନିକ ବ୍ୟକ୍ତିଙ୍କ ପରିବାରରେ ଏକ ଶୁଦ୍ଧିକ୍ରିୟା ଭୋଜିକୁ ଯୋଗଦେଇଥିବା ଖବରକାଗଜର ବରିଷ୍ଠ କର୍ମକର୍ତ୍ତା ନିକଟରେ ଉକ୍ତ ଏଜେଣ୍ଟଙ୍କ ବିରୋଧରେ ବହୁ ଅଭିଯୋଗ ହୋଇଥିବା ସୁଚନା ମିଳିଛି । ଏବେ ଯେକୈାଣସି ଖବର କାଗଜର ବିକ୍ରେତା ବା ଏଜେଣ୍ଟ ହେବ,ବିଜ୍ଞାପନ ଦେଇପାରୁଥିବ ଓ ଶିକ୍ଷାଗତ ଯୋଗ୍ୟତା ନଥିବ ଏବଂ ପୁଲିସରେ ମାମଲା ଥାଇ ଜେଲ ଯାଇଥିଲେ ମଧ୍ୟ ସେମାନଙ୍କୁ ଏଜେଣ୍ଟ ବା ସ୍ଥାନୀୟ ପ୍ରତିନିଧି କହି ପ୍ରେସ କାର୍ଡ଼ ଦେଉଛନ୍ତି। ଏଣୁ ସେମାନେ ଧରାକୁ ସରା ମଣୁଛନ୍ତି। ଖବରକାଗଜ ମାଲିକମାନେ ଏହି କଳାକାରନାମରାକୁ ପ୍ରଶୟ ଦେଉଥିବା ବୁଦ୍ଧିଜିବୀମାନେ ମତ ।











Leave a Reply