ନିମାପଡ଼ା, ( ଏସ.ଏନ.ଏସ)ନେକ୍ସସ ହେଲ୍ପ ଫାଉଣ୍ଡେସନ ର ମାର୍ଗ ଦର୍ଶକ ତଥା ଯୁବ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଙ୍କ ୪୪ତମ ଜନ୍ମ ଦିନପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଶାଇ଼ଁସ ଶାସନ ଅନ୍ତର୍ଗତ ଦୁର୍ଗାପୁରସ୍ଥିତ ନାରାୟଣୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଳଙ୍ଗା ଅଞ୍ଚଳର ଯୁବକ ଓ ଯୁବତୀମାନେ ଯୋଗଦେଇ ରକ୍ତଦାନ କରିିବାସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜନ୍ମଦିନ ରକ୍ତଦାନ ଶିବିରରୁ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରକୁ ସମାଜସେବୀ ତଥା ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ( ଟୁଲା ଭାଇନା) ଉଦଘାଟନ କରିଥିଲେ। କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ କେନ୍ଦ୍ରିୟ ରେଡ଼କର୍ସ ରକ୍ତ ଭଣ୍ଡାର କର୍ମଚାରୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରସନ୍ନ ଦାଶ ପଞ୍ଚାୟତ ସଭାପତି ନକୁଳ ଚନ୍ଦ୍ର ପ୍ରଧାନ ଓ ଉପ ସଭାପତି ଅରୁଣ କୁମାର ଜେନା ଓ ବଳଙ୍ଗା ଯୁବ ସଭାପତି ଓ ବିଜେପି ଦଳ ସାହାଯ୍ୟ ସହଯୋଗ କରିଥିଲେ। । ନେକ୍ସ ହେଲ୍ପ ଫାଉଣ୍ଡେସନ ର ସଭାପତି ସୁବ୍ରତ ମଲ୍ଲିକ, ସଦସ୍ୟ ସର୍ବଜିତ୍ ମିଶ୍ର, ସଂଜିତ୍ ଖୋଟୋଇ,ସମ୍ବିତ କୁମାର ବିଶ୍ବାଳ, ସନ୍ତୋଷ କୁମାର ନାୟକ,ସତ୍ୟ ନାରାୟଣ ସାହୁ,ସତ୍ୟ ପ୍ରସାଦ ବଡ଼ଜେନା, , ସନ୍ତୁନୁ ସାହୁ, ସହଯୋଗ କରିଥିଲେ | ଶିବିରରୁ ସଂଗୃହିତ ରକ୍ତ ବ୍ଲୋଡ କ୍ୟାନ୍ସର ରୋଗୀ ମାନଙ୍କୁ ଯୋଗାଇ ଦିଆଯିବ ।
ସରପଞ୍ଚ ଜନ୍ମଦିନ ରେ ରକ୍ତଦାନ ଶିବିର। ସଗୃହିତ ରକ୍ତକୁ କର୍କଟ ରୋଗୀଙ୍କ ପାଇଁ ଉତ୍ସର୍ଗ କଲେ












Leave a Reply