ନିମାପଡ଼ା, ପତିତପାବନ ଦେବ ସୁନାବେଶରେ ଝଟକୁଛନ୍ତି

ନିମାପଡ଼ା,୨୫/୭(ଏ.ପି ନିୟୁଜ)) ନିମାପଡ଼ାର ପିତତପାବନ ଦେବଙ୍କ ଆଜି ହରିଶୟନ ଏକା‌ଦଶୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଛି।  ରାତି ୭ଟାବେଳେ  ପ୍ରଭୁ ଶ୍ରୀ ପିତତପାବନ ଦେବଙ୍କ ଠାରେ ସୁନା ଅଳଙ୍କାର ଗୁଡ଼ିକ ଲାଗି କରାଯାଇଥିଲେ। ପୂଜକମାନେ ପିତତପାବନଙ୍କୁ ସୁନା ବେଶରେ ସଜିତ କରିଲାସାରିବାପରେ ଶ୍ରଦ୍ଧାଳୁ ଏବଂ ଭକ୍ତମାନଙ୍କ ମନ୍ଦିରରେ ଭିଡ଼ ଜମିଥିଲା। ମୁଖ୍ୟ ପୁଜକ ଲକ୍ଷ୍ମୀଧର ମହାପାତ୍ର ସଂନ୍ଧ୍ୟାଆଳତି ଶେଷପରେ ମନ୍ଦିରର ପୁଜକଗଣ ପତିତପାବନଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ। ନିମାପଡ଼ାର  ରାଜା ଏବଂ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ସୁନାବେଶ ଗତ କିଛିବର୍ଷ ହେବ ଅନୁଷ୍ଠିତ ହୋଇଆସୁଛି। ଏହି ବେଶ ଦେଖିପାଇଁ ନିମାଡ଼ା ଏନ.ଏ.ସି ଅଞ୍ଚଳସମେତ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *