ଟ୍ରାଞିଟ ପାସ ନଥାଇ ବାଲି ବୋହୁଥିବା ଦୁଇ ହାଇୱା ଜବତ

ନିମାପଡ଼ା,(ଏ.ପି ନିୟୁଜ) ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନଙ୍କ ନେତୃତ୍ବରେ ଏନଫୋ‌ର୍ସମେଣ୍ଟ ଟିମ ଗତକାଲି ବିଳମ୍ବିତ ରାତିରେ ରାତିରେ କରୁଥିବା ହାଇୱାଗୁଡ଼ିକୁ ତନଖି କରୁଥିଲେ। ତନଖି ସମୟରେ ଓଆର ୧୩ଟି ୫୭୫୫ ଓ ଓଆର ୧୮ଏଲ ୭୯୯୯ ବାଲିଭର୍ତ୍ତି ପରିବହନ କରୁଥିବା ହାଇୱାକୁ ଯାଞ୍ଚ କରିଥିଲେ। ଉକ୍ତ ଦୁଇଟି ହାଇୱା ଚାଳକମାନଙ୍କ ପାଖରେ ଟ୍ରାଞିଟ ପାସ ଏନଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ଦେଖାଇବାରେ ବିଫଳ ହୋଇଥିଲେ। ବେଆଇନଭାବେ ବାଲି ପରିବହନ କରୁଥିବା ହାଇୱା ଦୁଇଟିକୁ ଜବତ କରି ଚାରିଛକ ପୁଲିସ ହସ୍ତାନ୍ତର କରାଯାଇଛି। ବିଳମ୍ବିତ ରାତିରେ କଟକ ଏବଂ ଜଗସିଂପୁର ଜିଲାରେ ଥିବା ବିଭିନ୍ନ ନଦୀଘାଟରୁ ବେଆଇନଭାବେ ବାଲି ଉଠାଇ ହାଇୱା ଯୋଗେ କଳା ବଜାରରେ ବାଲିକୁ ଚଢାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଆସୁଛି। ନିମାପଡ଼ା ତହସିଲଦାର ଚୋରାରେ ପରିବହନ କରୁଥିବା ହାଇୱା ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲି ମାଫିଆମାନେ କମଦରରେ ବାଲି ଉଠାଇ ରାଜସ୍ବ ଅଧିକାରୀମାନେ ବଟି ନେଉଚନ୍ତି କହି ଗ୍ରାହକମାନଙ୍କୁ ଚଢାଦରରେ ବାଲି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହି ଚଢଉରେ ଅତିରିକ୍ତ ତହସିଲଦାର ନିରଞନ ନାୟକ, ଆର୍.ଆଇ ସୁରେନ୍ଦ୍ର ନାୟକ ପୁଲିସବଇନିସପେକ୍ଟର ଶ୍ରୀଯୁକ୍ତ ପଣ୍ଡାଙ୍କ ସମେତ ଏନଫୋର୍ସମେଣ୍ଟ ଟିମର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *