ଦେବୀ ରେ ପହଁଚିଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ

ଅସ୍ତରଙ୍ଗ,୨୮/୭(ଏ.ପି ନିୟୁଜ) ପୁରୀ ଜିଲ୍ଲା  ଅସ୍ତରଙ୍ଗ ବ୍ଲକ ର ଦେବୀ ନଦୀ ମୁଁହାଣ ଦେଇ ସମୁଦ୍ର ରେ ମିସିଛି ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ l ଲଗୁଚାପ ଜନିତ ପ୍ରବଳ ବର୍ଷା ଜଳ ସହ, ହୀରାକୁଦ ରୁ ମହାନଦୀ ଦେଇ ଆସୁଥିବା ବନ୍ୟା ଜଳ କୁ ଦେଖି ଦେବୀ ନଦୀ ତଟ ରେ ବସବାଶ କରୁଥିବା ଲୋକମାନେ ଛାନିଆଁ  ହୋଇ ପଡିଛନ୍ତି  l ଆଳସାହି ଗ୍ରାମ ପଞ୍ଚାୟତ ଅଧୀନ  ଅସନ ଗ୍ରାମ ଦେଇ ପ୍ରବାହିତ  ହେଉଥିବା ଦେବୀ ର ପ୍ରଖର ସ୍ରୋତ ରେ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ରୁ ମାଟି ଅତଡ଼ା ଖସୁ ଥିବା ବେଳେ,ଆଉ କେଉଁଠି ବହୁ ପୁରୁଣା ପଥର ପ୍ୟାକିଙ୍ଗ ରୁ ପଥର ଖଣ୍ଡ ଗୁଡ଼ିକ ନଦୀ ମଧ୍ୟକୁ ଖସୁଥିବା ଗ୍ରାମ ବାସି ମାନେ କହି ଛନ୍ତି l ଅପର ପକ୍ଷରେ, ଦେବୀ ନଦୀ କୂଳ ପାଖରେ ଥିବା ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରି  ଜମିଗୁଡ଼ିକୁ  ଜଳ ମଗ୍ନ କରିଛି। ନଦୀବନ୍ଧ କଡ଼ରେ ଥିବା ଗ୍ରାମଗୁଡ଼ିକରେ ପାଣି  ପ୍ରବେଶକରି, ବାରି ଘର ବୁଡି ଯିବା ଦ୍ଵାରା,ସରି ସୃପ ଜାତୀୟ ଜନ୍ତୁ ମାନେ ଘରେ ପସି ଜୀବାର ଆଶଙ୍କା ଥିବାରୁ ଲୋକ ମାନେ ଭୟ ଭିତ ଭିତରେ ରହିଛନ୍ତି l ନଦୀର ସ୍ରୋତ କୁ ପ୍ରତିହତ କରିବା ପାଇଁ  ପୁରୁଣା ହୋଇ ଯାଇ ଥିବା ପଥର ସ୍ପର ଦୁର୍ବଳ ହେଇ ଯାଇ ଥିବାରୁ ଅସନ ଗ୍ରାମ ବାସି ସମେତ, ଅସ୍ତରଙ୍ଗ ଓ କାକଟପୁର ବ୍ଲକ ର ୧୦ ଗୋଟି ଗ୍ରାମର ଲୋକ ଆତଙ୍ଗୀତ ଅବସ୍ଥାରେ ରହି ଛନ୍ତି l ହେଲେ କାକଟପୁର ଜଳ ସେଚନ ବିଭାଗ ର ଯନ୍ତ୍ରୀ ତପନ କୁମାର ନାୟକ, କହି ଛନ୍ତି ବନ୍ଧ ପ୍ରତି କୌଣସି ବିପଦ ନ ଥିବା ବେଳେ, ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହି ଅଛି l

Leave a Reply

Your email address will not be published. Required fields are marked *