ନିମାପଡ଼ା, ୨୯/୭( ଏ.ପି ନିୟୁଜ)) ଆଜି ନିମାପଡ଼ାର ଲୋକ ଦେଖିଲେ କୁଶଭଦ୍ରା ନଦୀରେ ବନ୍ୟାଜଳ। ମହାନଦୀରେ ପ୍ରତିବର୍ଷ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ କୁଶଭଦ୍ରା ନଦୀରେ ପ୍ରବେଶ କରିପାରୁନଥିଲା। ଚଳିତ ବର୍ଷ ବନ୍ୟାଜଳ କୁଶଭଦ୍ରାରେ ପ୍ରବାହିତ ହେଉଥିବାରୁ କୁଶଭଦ୍ରା ନଦୀ ଗର୍ଭରେ ଦୀର୍ଘ ଦିନଧରି ଜମିରହିଥିବା କଟକି ଦଳଓ ଅଳିଆ ଆବର୍ଜନା ସବୁ ନଦୀ ତ୍ସୋତରେ ଭାସି ଯାଇ ନଦୀ ପରିଷ୍କାର ହୋଇଯିବବୋଲି ସାଧାରଣରେ ଆଲୋଚନା ହେଉଛି। କୁଶଭଦ୍ରା ନଦୀ କୂଳରେ ବାସକରୁଥିବା ଖୋର୍ଦ୍ଧା ଏବଂ ପୁରୀ ଜିଲାର ୧୦ଟି ପଞ୍ଚାୟତ ଜନସାଧାରଣ ବନ୍ୟାଜଳକୁ ଦେଖି ଆଶ୍ବସ୍ଥି ଲାଭ କରିଛନ୍ତି। ନଦୀରେ ବନ୍ୟାଜଳ ପ୍ରବାହିତ ଦେଖିବାପାଇଁ ପୋଲ ଏବଂ ନଦୀ ବନ୍ଧରେ ଛୋଟଛୋଟ ପିଲାମାନଙ୍କୁ ନେଇ ଅଭିଭାବକ ଓ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି। ସାମ୍ବବ୍ୟ ବନ୍ୟା ଆଶଙ୍କା ନିମାପଡ଼ା ଜଳସେଚନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବାଲିକୁ ବସ୍ତା ଗୁଡ଼ିକରେବାଲି ଭର୍ତ୍ତିକରି ପ୍ରସ୍ତୁତ କରି ରଖାଯାଇଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତିକାନ୍ତ ଦାଶ କହିଛନ୍ତି।

ସମସ୍ତ ପ୍ରକାର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳସେଚନ ବିଭାଗ ପ୍ରସ୍ତୁତ ରହିଛି। ବନ୍ୟାପାଇଁ ନିମାପଡ଼ା ଜଳସେଚନ ବିଭାଗ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମଖୋଲା ବିଭିନ୍ନ ନଦୀର ପ୍ରବାହିତ ବନ୍ୟାଜଳର ରେକର୍ଡ଼ କରାଯାଉଛି। ନିମାପଡ଼ା ଜଳସେଚନ ବିଭାଗ ଅଧିନରେ ଥିବା ନଦୀ ବନ୍ଧ ସୁରକ୍ଷିତ ରହିଛି। ଲୋକମାନେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜଳସେଚନ ବିଭାଗ












Leave a Reply