ବନ୍ୟା ପରିସ୍ଥିତର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ  ଶ୍ରୀମତୀ ପରିଡ଼ାଙ୍କ ପ୍ରସ୍ତୁତି ବୈଠକ

ନିମାପଡ଼ା, ୩୦/୭(ଏ.ପି ନିୟୁଜ)) ନିମାପଡ଼ାରେ ସାମ୍ଭାବ୍ୟ ବନ୍ୟାପରିସ୍ତିତିର ମୁକାବିଲା କରିବାପାଇଁ ଆଜି  ବ୍ଲକ ସମ୍ମିଳନୀ କକ୍ଷରେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପୈାରହିତ୍ବରେ  ବ୍ଲକ ପ୍ରଶାସନ ଓ ଲାଇନ ଡ଼ିର୍ପାଟମେଣ୍ଟ ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ଧନୁଆଁ ରେବନ୍ୟାଜଳ  ପ୍ରବାହିତ ହେଲେ ନିମାପଡ଼ା ବ୍ଲକର ବଡ଼ମାଛପୁର, ଧନୁଆଁ,ଅଲଣ୍ଡା, ଅନ୍ତୁଆର ବଡ଼ଶିରୁବଳା, ସଲଙ୍ଗ ଓ ବାମନାଳ ପଞ୍ଛାୟତର ଶତାଧିକ ଗ୍ରାମ ପାଣି ଘେରରେ ରହିବାସହ ଶହଶହ ଏକର ଜମିରେ ବନ୍ୟାପାଣି ପ୍ରବେଶ କରି ଫସଲର ବ୍ୟାପକ କ୍ଷତି ଘଟାଇଥାଏ  ଏବଂ ଶହଶହ ଲୋକ ଓ ପଶୁ ସମ୍ପଦ ବନ୍ୟା ‌ପାଣି ଘେରରେ ରହିଥାନ୍ତି।   ବନ୍ୟା ଆସିଲେ ସେହି ପରିସ୍ଥିତିର ମୁକାବିଲ ପାଇଁ ବ୍ଲକ ପକ୍ଷରୁ  ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣପାଇଁ ଏକ ଦଳ ଗଠନ କରାଯାଇଛିବୋଲି  ବ୍ଲକ ପକ୍ଷରୁ ବିଡ଼ିଓ ଉପମୁଖ୍ୟମନ୍ତ୍ରୀଙ୍କୁ ସୁଚନା ଦେଇଛନ୍ତି।   ଧନୁଆଁ ବନ୍ୟାରେ କ୍ଷତିଗ୍ରସ୍ତ ପଞ୍ଚାୟତର  ପିଇଓ ମାନଙ୍କୁ ନୋଡ଼ାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ପଞ୍ଚାୟତ ମୁଖ୍ୟାଳୟରେ ଉପସ୍ଥିତ ରହି ବନ୍ୟା ପରିସ୍ଥିତି ଉପୁଜିଲେ  ମୁକାବିଲା କରିବେ।  ବନ୍ୟା କାରଣରୁ ସରକାରୀ କର୍ମାମଚାରୀମାନଙ୍କର ଛୁଟିକୁ ବାତିଲ କରାଯାଇଛି ବ୍ଲକ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ  ବ୍ଲକ ଅଫିସରେ ଖୋଲାଯାଇଛି।   ବନ୍ୟାପରବର୍ତ୍ତୀ ସମୟରେ କ୍ଷଞକ୍ଷତିର ଆକଳନ କରିବାପାଇଁ ତହସିଲ ଓ ବ୍ଲକ ମିଳିତ ଭାବେ କାର୍ଯ୍ୟ କରିବେ  ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି।ସ୍ବାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ଓ୍ୟୖଷଧ ମହଜୁଦ ରଖିବାସହ ବନ୍ୟା ଅଞ୍ଚଳ‌ରେ ଥିବା  ଗର୍ଭବତୀ ମହିଳା, ବୃଦ୍ଧ ଓ ବୃଦ୍ଧାମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା‌ପାଇଁ ପରାମର୍ଶ ଦେଇଛନ୍ତି। ଆଜି  ଜରୁରୀ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପ ଜିଲାପାଳ ରାଜ କିଶୋର ଜେନା ପୁଲିସ ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢୀ, ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ତହସିଲଦାର ମନୋଜ ପ୍ରଧାନ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରିତମ କୁମାର ପୋଥାଳ, ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ  ମୈାସୁମୀ ମିଶ୍ର ସ୍ବାସ୍ଥ୍ୟ, କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ।(ଫଟ)

Leave a Reply

Your email address will not be published. Required fields are marked *