ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ସମନ୍ବୟ ସମିତି ପୁରୀ ଜିଲା ସମ୍ମିଳନୀ। ଆନ୍ଦୋଳନ ପାଇଁ ଚେତାବନୀ

ନିମାପଡ଼ା, ୨/୮(ଏ.ପି ନିୟୁଜ)  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ  ସମିତି ପୁରୀ ଜିଲା ପକ୍ଷରୁ ବିଭିନ୍ନ ଦାବୀନେଇ ଗତ ୧ତାରିଖରେ ସମ୍ମିଳନୀ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ପିଏମଶ୍ରୀ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଷ୍ଟା ସଭାପତି ବିଜୟ କୁମାର ବରାଳ ସଭାପତିତ୍ବରେ ଅନୁଷ୍ଠିତହୋଇଥିଲା। ଜିଲା ସମନ୍ବୟ ସମିତି ଜିଲା  ସ୍କୁଲ ଓ କଲେଜ  ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ଆବାହକ  ତଥା ସଂପାଦକ ବିଭୂଦତ୍ତ ନାୟକ କହିଛନ୍ତି ସ୍ବାଧୀନତା ପାଇବାପରେ  ଉଚ୍ଚ ବିଦ୍ୟାଳୟର ସଂଖ୍ୟାଥିଲା ୩୫୬ । ତତକାଳୀନ ସରକାର ଶିକ୍ଷାର ପ୍ରସାର ଆଳରେ  ଘରୋଇଭାବେ ସ୍କୁଲ କଲେଜ ଖୋଲିବାକୁ ଆହ୍ବାନ ଦେଇଥିଲେ। କର୍ମନିଯୁକ୍ତି ଅପେକ୍ଷାରେ ଥିବା ଉଚ୍ଚଶିକ୍ଷିତ ଯୁବକ ଯୁବତୀରେ ପେଟ ପୋଶିବାପାଇଁ   ଏହି ଶିକ୍ଷାନୁଷ୍ଠାନ ରେ ଯୋଗଦେଲେ । ସରକାର ମଧ୍ୟ ସେହି ସ୍କୁଲ ଗୁଡ଼ିକୁ ସ୍ବିକୃତି ପ୍ରଦାନ କଲେ। ୧୯୬୯ ଓ ୧୯୭୨ ଶିକ୍ଷା ଆଇନକୁ ଭିତ୍ତିକରି  ‌ଘରୋଇ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ପାଇଥିବା  ଦରମା ଓ ଚାକିରୀ ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ପ୍ରଦା‌ନ  କଲେ  । କିନ୍ତୁ ୧୯୯୪ ପରେ  ପୂର୍ବ ବ୍ୟବସ୍ଥାକୁ ବନ୍ଦ କରି ଶିକ୍ଷା କ୍ଷେତ୍ରରେ ବ୍ଲକ ଗ୍ରାଣ୍ଟ ପ୍ରଚଳନ କଲେ। । ଫଳରେ ଶିକ୍ଷକ କର୍ମଚାରୀମାନେ ଅବସର ନେବାପରେ ପେନସନ ଓ ଅବସରକାଳୀନ ଭତ୍ତା ବାଦରେ ଚାକିରି ସର୍ତ୍ତାବଳୀ ଅନୁସାରେ କିଛି ପ୍ରାପ୍ୟ  ପାଉନାହାଁନ୍ତି। ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ସଂଖ୍ୟା ୨୬୦୮ରୁ  ପହଁଞ୍ଚିଥିବାବେଳେ ବଞ୍ଚିତ ହୋଇଥିବା ଶିକ୍ଷାନୁଷ୍ଠାନ ୧୯୪ରେ ପହଁଞ୍ଚିଛି। ୪ହଜାରୁ ଉର୍ଦ୍ଧ ବିଦ୍ୟାଳୟ ଓ ମହାବିଦ୍ୟାଳୟର  ଶିକ୍ଷକ ଅଧ୍ୟାପକ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ  ସରକାରୀ ସ୍କୁଲରେ ମିଳୁଥିବା ସୁବିଧା ସୁଯୋଗ ମିଳେ ନାହିଁ। ୨୦୦୪ରୁ ୧୦୧୩ ମସିହା ପର୍ଯ୍ୟନ୍ତ  ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କର   ଇନକ୍ରିମେଣ୍ଟସହ ବରିଷ୍ଠ ମାନ୍ୟତା ପ୍ରଦାନ କରାଯାଇନାହିଁ। ସେହିପରି ସପ୍ତମ ବେତନରୁ ବାଦ ପଡ଼ିଥିବା କର୍ମଚାରୀ ମାନଙ୍କୁ ୪୬,୩୭,୬୩ ବିଦ୍ୟାଳୟ ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଆଣ୍ଟିନେସନ ୨୦୦୪ରୁ ଲାଗୁ ହୋଇନାହି: ୨୮ଶହ, ୨୨ଶହ ୧୯ଶହ ଘ୍ରେଡ଼ ଉପରେ ଥିବା ଅସଂଗତି ଦୂରହୋଇନାର୍ହି।। ଅଗଷ୍ଟ ୧ରୁ ଓଷ୍ଟା ,ଅଲୋଷ୍ଟା, ମଦ୍ରାସା , ସଂସ୍କୃତ ଟୋଲ ନୂତନ ଅନୁଦାନ ପ୍ରାପ୍ତ କାର୍ଯ୍ୟ କରି ଥିବା  ଅଧ୍ୟାପକ ,ଶିକ୍ଷକ କର୍ମଚାରୀମାନେ ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟସରକାରଙ୍କ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି। ଅଗଷ୍ଟ୧୬ରେ ରାଜ୍ୟ ସରକାରଙ୍କ ଦୃଷ୍ଟି  ଗୋଚର  କରିବା ପାଇଁ  ଶିକ୍ଷକ କର୍ମଚାରୀ ସମନ୍ବ୍ର କମିଟି ପକ୍ଷରୁ ଭୁବନେଶ୍ବର ଗାନ୍ଦୀମାର୍ଗରେ ଏକ ବିରାଟ ସମାବେଶ ଆୟୋଜନ ହେବ। ୭ ତାରିଖରେ ଜିଲା ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କ ଅଫିସ ଆଗରେ ଗଣ ଧାରଣା ଦିଆଯିବ ଓ ସରକାରୀ କଳକୁ ଅଚଳ କରିଦିଆଯିବ ବୋଲି ଚେତାବନି ଦେଇଛନ୍ତି।। ଏହି ସମ୍ମିଳନୀରେ ସମନ୍ବୟ ସମିତିର ସଭାପତି ସୁକାନ୍ତ ବେହେରା, ସ୍କୁଳ କଲେଜ ସମନ୍ନୟ ସମିତିର ଆବାହକ ରଂଞନ କୁମାର ଦାସ, ଅଲଓ‌ଷ୍ଟା  ସଂପାଦକ ପ୍ରଣବ କୁମାର ଜେନା, ପୁରୀ ଜିଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ଦାସ, ଉପସଭାପତି ଲକ୍ଷ୍ମୀଧର ଉପାଧ୍ୟାୟ, ହରିହର ତ୍ରିପାଠୀ, ରାମକୃ‌ଷ୍ଣ ମହାନ୍ତି, ବିବାସିନ ନାୟକ, ଗଗନ କୁମ‌ାର ପତି, ଶିକ୍ଷା ପ୍ରଦୀପ ସଂପାଦକ  ଶଙ୍କର କୁମାର ସୁବୁଦ୍ଧି, ରୂପଶ୍ରୀ ଛୋଟରାୟ ପ୍ରମୁଖ ଯୋଗଦେଇ ଶିକ୍ଷକ କର୍ମଚାର ସମନ୍ବୟ କମିଟିର ନ୍ୟାର୍ଯ୍ୟଦାବୀ ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବୀ କରିଥିଲେ ନଚେତ ଶିକ୍ଷକ , ଅଧ୍ୟାପକ ଓ କର୍ମଚାରୀମାନେ ଆନ୍ଦୋଳନ କରିବାପାର୍ଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ।

Leave a Reply

Your email address will not be published. Required fields are marked *