ନିମାପଡ଼ା,୬/୮(ଏ.ପି ନିୟୁଜ))ଚଳିତ ଖରିଫ ଋତୁ ର ଚାଷ କାର୍ଯ୍ୟ ଆରମ୍ଭ ସମୟରେ ସାର, ପିଡିଆ, ବିହନ ଇତ୍ୟାଦିର ଅଭାବ ସାଙ୍ଗକୁ ଅହେତୁକ ଦର ବୃଦ୍ଧି, ସାର ବିକ୍ରୟରେ ଅନିୟମିତତା, ୟୁରିଆସାରର କଳାବଜାର, ଏପରିକି ଧାର୍ଯ୍ୟମୂଲ୍ୟ ଠାରୁ ଅଧିକ ଚଢା ଦରରେ ସାର ବିକ୍ରି ହେଉଥିବା ଜାଣିବାପରେ ଜାଗ୍ରତ ଯୁବଶକ୍ତି ଉଦବେଘ ପ୍ରକାଶ ଖବର ପ୍ରକାଶ ପାଇବା ପରେ ଆଜି ଯୁବ ଚାଷୀମାନେ ଏକାଠି ହୋଇ ନିମାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ମହୋଦୟ ଙ୍କୁ ସାକ୍ଷାତ କରି ତାଙ୍କ ଦୃଷ୍ଟି ଆକର୍ଷଣ କରିବାସହ ସବିଶେଷ ତଥ୍ୟ ସମ୍ବଳିତ ଏକ ଦାବୀପତ୍ର ପୁରୀ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀଙ୍କୁ ପ୍ରଦାନ କରାଯାଇଛି । ନିମାପଡ଼ାର “ଜାଗ୍ରତ ଯୁବଶକ୍ତି” ଯୁବ ସଂଗଠନ ସାର ଯୋଗାଣରେ କଳା ବଜାରୀ ରୋକିବା, ଚାଷୀ ମାନଙ୍କୁ ଜରୁରୀ କାଳୀନ ଭିତ୍ତିରେ ସୁଲଭ ଓ ରିହାତି ମୂଲ୍ୟରେ ସାର ଯୋଗାଇ ଦେବା ସହ ଚାଷ ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ କରାଇବା ପାଇଁ ଆଦର୍ଶ ଦାଶ, ସମୀର ରଞ୍ଜନ ରାଉତରାୟ, ବିଜୟାନନ୍ଦ ଦାସ, ପ୍ରସନ୍ନ କୁମାର ପତି, ଅଞ୍ଜନ କୁମାର ନାୟକ, ସଂଜୀବ ରାୟ ଙ୍କ ସମେତ ଶତାଧିକ ଚାଷୀ ପ୍ରଶାସନ ଦୃଢ଼ ଦାବି କରିଛନ୍ତି। ଲଘୁ ଚାପ ଚାପ ଜନିତ ଲଗାଣ ବର୍ଷରେ ହଜାର ହଜାର ହେଖ୍ଟର ଚାଷ ଜମିରେ ପଡ଼ିଥିବା ଧାନତଳି ପଚି ନଷ୍ଟ ହୋଇଯାଇଥିବାରୁ ନିମାପଡ଼ାର ଚାଷୀମାନଙ୍କୁ ଅଧିକ ଅମଳକ୍ଷମ କମ ଦିନରେ ଅମଳ ହେଉଥିବା ଧାନ ବିହନ ମାଗଣାରେ ଯୋଗାଇଦେବାକୁ ଜାଗ୍ରତ ଯୁବଶକ୍ତି ଦାବୀ କରିଛି।
ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ ପାଇଁ ଦାବୀ












Leave a Reply