ନିମାପଡା -୯/୮(ଏ.ପି ନିୟୁଜ)) ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ର ୨୨ତମ ପାଠ ମଉଜ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗତ ୮ତାରିଖ ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ବାବା କପିଳେଶ୍ୱର ଙ୍କ ପିଠ ପାଟପୁର ଠାରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ଶିକ୍ଷାବିତ ଡ଼.ପ୍ରଣବ ସ୍ୱାଇଁ,ରବିନ୍ଦ୍ର ନାଥ ପାଢ଼ୀ,ପ୍ରକାଶ ଖଟୋଇ, ପୂର୍ଣ୍ଣ ଚଦ୍ର ରାଉତ,ବସନ୍ତ ସ୍ୱାଇଁ,କ୍ ନିର୍ମଳ ମିଶ୍ର, ସୌଭାଗିନୀ ମିଶ୍ର,ସଂଯୁକ୍ତା ମହାନ୍ତି,ଗୌରୀ ପ୍ରିୟା ନନ୍ଦ,କବି କାଳିକିଙ୍କର,ଭି ଗାର୍ଡ ର ମାନବ ସମ୍ବଳ ଅଧିକାରୀ ସଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇ ସମ୍ବର୍ଦ୍ଧନା ପାଇଥିବା ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ.ପ୍ରତିଟି ପିଲାମାନେ ନିଜ ଅଭିଭାଷଣ ରେ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ କହିଥିଲେ.ଏହି ଅବସରରେ ଚଳିତ ଦଶମ ଶ୍ରେଣୀ ର ପଚାଶ ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.କାର୍ଯ୍ୟକ୍ରମ ରେ ବହୁ ଆଗ୍ରହୀ ବିଦ୍ୟାଥୀ ଙ୍କ ସମେତ ସେମାନଙ୍କ ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ.ଗ୍ରୁପ ପକ୍ଷରୁ ଅଜୟ ମିଶ୍ର,ନିରଞ୍ଜନ ସାହୁ, ବିଷ୍ଣୁ ପ୍ରସାଦ ମିଶ୍ର, ସାରଦା ପ୍ରସନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲ .













Leave a Reply