ହରଘର ତ୍ରିରଙ୍ଗା ବିଶାଳ ଶୋଭାଯାତ୍ରା

 

 

ନିମାପଡ଼ା,୧୦/୮(ଏ.ପି ନିୟୁଜ)   ଭାରତର ୮୦ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଆସନ୍ତା୧୩ ତାରିଖରେ  ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ନିମାପଡ଼ାରେ  ଅନୁଷ୍ଠିତ ହେବ।   ଏହି ଅବସରରେ  ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଓ ଜନସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ନିମାପଡ଼ା ବିଜେପି ପାର୍ଟି ଅଫିସରେ ଏକ ସ୍ଥାନୀୟ ଅଞ୍ଚଳର ରିପୋର୍ଟମାନଙ୍କୁ ନେଇ ଆଜି ଅପରାହ୍ନରେ  ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲା ବିଜେପି ଉପସଭାପତି ମୀନଲତା ମହାନ୍ତି ଯୋଗଦେଇ  କହିଥିଲେ ଆସନ୍ତା ୧୩ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ଦେଶରେ ସ୍ବାଧୀନତାପାଇଁ ବଳିଦେଇଥିବା ,  ଜାତୀୟତା, ଦେଶପ୍ରେମ ଓ ତ୍ରିରଙ୍ଗାକୁ  ବିଷୟବସ୍ତୁକୁ ନେଇଭଲ ପାଉଥିବା ସ୍ବାଧୀନଚେତା ବ୍ୟକ୍ତିମାନଙ୍କୁ  ଏହି ସମାବେଶରେ ଯୋଗଦେବେ ।ଏ ନେଇ ଏକ ବିରାଟ ତ୍ରିରଙ୍ଗା ରାଲି ହରିପୁର ଠାରୁ ଆରମ୍ଭ ହେବ।  ରେଞ୍ଚ , ଖେଳାର, ଧନୁଆଁ, କାଜିପାଟଣା, ରଟିଲୋ ଛକବାଟ ଦେଇ ନିମାପଡ଼ା ନୂଆ ବସଷ୍ଟାଣ୍ଡରେ ରେ ପହଁଞ୍ଚିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।  ରାଲିରେ ଯୋଗଦେଇଥିବା ସ୍ବାଧୀନଚେତା ବ୍ୟକ୍ତିମାନଙ୍କୁ  ବିଜେପି ଏନ.ଏ.ସି ମଣ୍ଡଳ ପକ୍ଷରୁ ସ୍ବାଗତ କରାଯିବ  ।  ପଦଯାତ୍ରୀମାନଙ୍କୁ ଦୋଳବେଦୀ ଛକ ପର୍ଯ୍ୟନ୍ତ ଯିବ ଓ ସେଠାରେ ମଚଂନାଥ ମଣ୍ଡଳ ଗୋପ  ଏବଂ ଚାରିଛକ ମଣ୍ଡଳ ପଦଯାତ୍ରୀ ଦଳ ଯୋଗଦେଇ ଚାରିଛକ ପର୍ଯ୍ୟନ୍ତ ଯିବ । ଏବଂ ଚାରିଛକ ରେ ହରଘର ତ୍ରିରଙ୍ଗା ପଦଯାତ୍ରା ଉଦଯାପିତ ହେବ। ଏହି ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥିଭାବେ ଯୋଗଦେବେ।  ରିପୋର୍ଟର ସମ୍ମିଳନୀରେ ସୁଶାନ୍ତ ସ୍ବାଇଁ, ଏନ,ଏ.ସି ମଣ୍ଡଳ ସଭାପତି ନିରଞନ ନାୟକ, ଯୁବମୋର୍ଚ୍ଚା ସଭାପତି ସାଇପ୍ରିତମ ପଟ୍ଟନାୟକ ,ଧନୁଆଁ ମଣ୍ଡଳ ସଭାପତି ସନ୍ତୋଷ ପରିଡ଼ା,  ପ୍ରଭାକର ନାୟକ,ରତ୍ନାକର ମିଶ୍ର, ପ୍ରସନ୍ନ ଦାସ, ପ୍ରଭାତ ନାୟକ, ପ୍ରମୁଖ ରିପୋର୍ଟର ସମ୍ମିଳନୀରେ  ହରଘର ତ୍ରିରଙ୍ଗା ବିଷୟରେ କହିଥିଲେ।

 

Leave a Reply

Your email address will not be published. Required fields are marked *