ଅଧିକ୍ଷଣ ଯନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ ଜରୁରୀକାଳୀନ ଭିତିରେ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ
ନିମାପଡ଼ା, ୧୪/୮(ଏ.ପି ନିୟୁଜ)) ଚଳିତ ମାସରେ ଳଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିବା ମୋଟ ଏହି ଅଞ୍ଚଳରେ ୧୮୨ ମିମି ର ବୃଷ୍ଟିପାତ ହୋଇଥିଲା ଏବଂ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିବା ଫଳରେ ମହାନଦୀରେ ବନ୍ୟାଜଳ ଛଡ଼ାଯିବାରୁ ଧନୁଆଁ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଏହି ବନ୍ୟା ପ୍ରଭାବରେ ଧନୁଆଁ ଉପକୂଳ ବାସୀ ଙ୍କର ଧାନ ଓ ପରିବା ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ସବୁଠାରୁ ବଡ଼ କ୍ଷତି ଗ୍ରାମ୍ୟ ନିର୍ମାଣ ବିଭାଗ(ଆରଡ଼ି ) ର ହୋଇଛି। ଗୋପବ୍ଲକର ଡ଼ଭାର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଶଙ୍ଖତିରା ଠାରୁ ଡ଼ଭାର ୪କିମି ଫେଭର ପିଚୁ ରାସ୍ତାକୁ ଧନୁଆଁ ବନ୍ୟାପାଣି ପ୍ରଭାବରେ ବ୍ୟାପକ କ୍ଷତି ପହଁଞ୍ଚାଇଛି। ଧନୁଆଁ ନଦୀର ପ୍ରଖର ତ୍ସୋତରେ ନିମିତ ୪କିମି ରାସ୍ତାରୁ ଦୁଇଟି ସ୍ଥାନରେ ୩୦ମିଟର ରାସ୍ତା ବନ୍ୟାପାଣି ପ୍ରଭାବରେ ନଦୀ ଗର୍ଭକୁ ଭୁଷୁଡ଼ି ପଡ଼ିଛି। ଫଳରେ ଏହିରାସ୍ତାଦେଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶଙ୍ଖତିରା ଠାରୁ ଡ଼ଭାର ଉନ୍ନତି କରଣ ରାସ୍ତା ଶେଷ ହେବାପରେ ୧୦ ଖଣ୍ଡ ଗାଁର ଲୋକମାନେ କଚ୍ଚା ସଡ଼କରୁ ପକ୍କା ସଡ଼କ ରେ ପରିଣିତ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ କରିଥିଲେ। ବନ୍ୟା ପ୍ରକୋପରେ ରାସ୍ତା ଭୁଷୁଡ଼ି ପଡ଼ିଥିବା ଖବର ପାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିମାପଡ଼ା ଆରଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମୈାସୁମୀ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମତୀ ମିଶ୍ର ବିଭାଗୀୟ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କୁ ନେଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଧନୁଆଁ ନଦୀ ଗର୍ଭକୁ ଭୁଷୁଡ଼ି ପଡ଼ିଥିବା ରାସ୍ତା ସ୍ଥାନରେ ନଦୀ ବୁଲାଣି ହୋଇଥିବାରୁ ବନ୍ୟାଜଳ ରାସ୍ତାର ସୁରକ୍ଷା ପ୍ରାଚୀର କୁ ଡ଼େଇଁ ରାସ୍ତା ଉପରେ ପ୍ରବାହିତ ହୋଇଥିଲା ଯାହାଫଳରେ ରାସ୍ତା ତଳଳୁ ମାଟି, ବାଲି, ଡ଼ଷ୍ଟ ଏବଂ ମେଟାଲ ଧୋଇଯାଇଥିଲା ଏବଂ ନୂତନଭାବେ ନିର୍ମିତ ହୋଇଥିବା ରାସ୍ତା ନଦୀଗର୍ଭକୁ ଭୁଷୁଡ଼ି ପଡ଼ିଥିଲା। ତୁରନ୍ତ ଏହି ରାସ୍ତାକୁ ପାଇଁ ଜରୁରୀ କାଳୀନଭାବେ ନିର୍ମାଣ କରିବାକୁ ଅଧୀକ୍ଷଣ ଯନ୍ତ୍ରୀ ଶ୍ରମତୀ ମିଶ୍ର ଠିକାନେଇଥିବା ସଂସ୍ଥା ଏବଂ ବିଭାଗୀ ସହକାରୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। । ଏହି ରାସ୍ତାକଡ଼ରେ ଧନୁଆଁ ନଦୀ ପ୍ରଭାହିତ ହେଉଥିବାରୁ ରାସ୍ତାକୁ ସୁରକ୍ଷା ଦେବାପାଇଁ ଅନ୍ୟୁନ ୧୦ ଫୁଟ ଉଚ୍ଚର କଂକ୍ରିଟ ପ୍ରାଚୀର ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।














Leave a Reply