ସ୍ବାଧୀନତା ଦିବସ ପାଳନ ଅବସରରେ ପୁଲିସ ପକ୍ଷରୁ ବୃଦ୍ଧାଶ୍ରମରେ ବସ୍ତ୍ର ବଣ୍ଟନ

ନିମାପଡ଼ା, ୧୫/୮ (ଏ.ପି ନିୟୁଜ) ପୁଲିସ କେବଳ ଶାନ୍ତି ଶୃଙ୍କଳା ରକ୍ଷା କରୁନାହିଁ ସେମାନେ  ସାମାଜିକ  ସୁରକ୍ଷା କର୍ତ୍ତବ୍ୟ ପାଳନ କରି ସମାଜରେ ପ୍ରଶଂସା ଶାଉଁଟିଛନି। ସମଗ୍ର ଦେଶ   ୮୦ ତମ   ସ୍ବାଧୀନତା ଦିବସ ମହାସମାରୋହରେ ପାଳନ କରୁଥିବାବେଳେ ନିମାପଡ଼ା ପୁଳିସ  ମଧ୍ୟ  ସ୍ବାଧୀନତା ଦିବସକୁ ପାଳନ କରିଛି।   ପୁରୀ ଜିଲା ଏସ.ପି ନିର୍ଦ୍ଦେଶରେ ନିମାପଡ଼ା ପୁଲିସ ପକ୍ଷରୁ ନିକଟସ୍ଥ ଚଅଁରପଦା ଠରେ ଥିବା ଏକ ବୃଦ୍ଧାଶ୍ରମରେ ୭୫ ଜଣ ଅନ୍ତେବାସୀ ମାନଙ୍କ ଗହଣରେ ସ୍ବାଧୀନତା ଦିବସ ପାଳନ କରିବାସହ  ନିମାପଡ଼ା ପୁଳିସ ସେମାନଙ୍କର ସାମାଜିକ କର୍ତ୍ତବ୍ୟ ପାଳନକରିବାକୁ ଯାଇ ବୃଦ୍ଧାଶ୍ରମରେ ଅନ୍ତେବାସୀ ମାନଙ୍କୁ    ଲୁଗାପଟା, ଗାମୁଛା      ବଣ୍ଟନ କରି  ପୁଳିସ ନିମାପଡ଼ାରେ ପ୍ରଶଂସାର ପାତ୍ର ହୋଇଛି।।  ନିମାପଡ଼ା ପୁଲିସ  ଉପଖଣ୍ଡ ଅଧିକାରୀ  ଜନର୍ଦ୍ଦନ ପାଢୀ ଏବଂ ଥାନା ଆଇଆଇସି  ସ‌ମରେନ୍ଦ୍ର ପାଇକରାୟ  ଆଜି ବୃଦ୍ଧା୍ଶ୍ରମରେ  ପହଁଞ୍ଚି ୭୫ ଜଣ ବୃଦ୍ଦ ବ୍ୟକ୍ତି , ଦିବ୍ୟାଙ୍ଗ ଓ ମହିଳାମାନଙ୍କୁ ଶାଢୀ ଏବଂ ଗାମୁଛା ବଣ୍ଟନ  କରିଛି।୮୦ତମ ସ୍ବାଧୀନତା ଦିବସ ପାଳନ ସେମାନଙ୍କ ଗହଣରେ ପାଳନ କରିଛି।

Leave a Reply

Your email address will not be published. Required fields are marked *