ନିମାପଡ଼ା,୨୧/୮ (ଏ.ପି ନିୟୁଜ) ) ନିମାପଡ଼ା ପଞ୍ଚାୟତ ସମିତିର ଆଜି ୮ମ ସାଧାରଣ ପରିଷଦ ବୈଠକ ବ୍ଲକ ବିଜୁପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଲକ ପଞ୍ଚାୟତ ସମିତି ଡ଼େଭଲପମେଣ୍ଟ ପାଣ୍ଠି ଓ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ବଣ୍ଟନ , କୃଷି ଓ ଉଦ୍ୟାନ ବିଭାଗ ସଂପର୍କରେ ବୈଠକରେ ପ୍ରସ୍ତୁତ ଏଜେଣ୍ଡା ଅନୁସାରେ ଆଲୋଚନା ହୋଇଥିଲା। । ବ୍ଲକ ଡ଼େଭଲପମେଣ୍ଟ ଫଣ୍ଡ ବଣ୍ନନ ଓ ଯୋଜନା ପ୍ରଣୟନ ବିଷୟରେ ବୈଠକରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା। ପ୍ରତିପଞ୍ଚାୟତକୁ ବ୍ଲକ ଡ଼େଭଲ୍ପମେଣ୍ଟ ପାଣ୍ଠିରୁ ସାଢେ୭ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ବୋଲି ଆଲୋଚନା ହୋଇ ସ୍ଥିର ହୋଇଛି। ଆବାସ ଯୋଜନାରେ ଥିବା ଗାଇଡ଼ ଲାଇନ ଅନୁସାରେ ସଂଖ୍ୟାଧିକ ଗରିବ ହିତାଧିକାରୀ ଯୋଜନାରୁ ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ନେଇ ଆଜି ବୈଠକରେ ସଭ୍ୟମାନେ ଅଭିଯୋଗ ଆଣିଥିଲେ । ଯେଉଁ ହତିଧିକାରୀ ମାନେ ଆବାସ ଯୋଜନାରୁ ବାଦ ପଡ଼ିଛନ୍ତି ସେମାନଙ୍କୁ ରାଜ୍ୟସରକାର ନିଜସ୍ବ ଅନ୍ତର୍ଦୋୟ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ବୈଠକରେ ଦାବୀ କରାଯାଇଛି । କୃଷି ଓ ଉଦ୍ୟାନ ବିଭାଗ ସଂପର୍କିତ ଆଲୋଚନ ବେଳେ ସାର କଳାବଜାରୀ ସଂପର୍କରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ।ହି ଦୁଇ ବିଭାଗ କେବଳ ନାମକୁ ମାତ୍ର କାଗଜ ପତ୍ରରେ ଚଲିଛି। ମହିଳାମାନଙ୍କୁ ନେଇ କର୍ମଶାଳା ଆୟୋଜନ କରି ସରକାରୀ ଅର୍ଥକୁ ଅପବ୍ୟୟ କରାଯାଉଥିବା ଅଭିଯୋଗ କରିଥିଲେ। ଉଦ୍ୟାନ ବିଭାଗ କାକୁଡ଼ି, ଜହ୍ନି, କଳରା, ଲାଉ ସମେତ ଲଟାଜାତୀୟ ଫସଲ ପାଇଁ ଉଦ୍ୟନ ବିଭାଗ ପ୍ରତ୍ସୋହନ ଦେଉଥିଲେ। ଚଳିତ ବର୍ଷ ଫସଲ ଉିତ୍ପାଦନ କିଭଳି ହେବ ତାହା ନଦେଖି କିଛି ମହିଳଙ୍କୁ ଡ଼ାକି ଫୁଲ ଓ ଛତୁ ଚାଷ ସଂପର୍କରେ କର୍ମାଶାଳା ଆୟୋଜନ କରି ପ୍ଲାଷ୍ଟିକ ଫୋଲଡ଼ର ଛୋଟ ୫ଟଙ୍କିଆ ପ୍ୟାଡ଼ ଏବଂ ଡ଼ଟପେନ କର୍ମଶାଳାରେ ଯୋଗଦେଇଥିବା ସଭ୍ୟମାନଙ୍କୁ ଦେଇ ବିଭାଗ ବାହାବା ନେବାକୁ ଚେଷ୍ଯା ଚଳାଇଛି। ବିଭାଗର ଚାଷ କମ ଏବଂ କର୍ମଶାଳା ଅଧିକ ବୋଲି ସଭ୍ୟମାନେ ଆଲୋଚନା କରିଥିଲେ ସେପ୍ଟେମ୍ବର ୯, ୨୦୨୫ରେ ହୋଇଥିବା ସାଧାରର ପରିଷଦ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଦୃଢି କରଣ କରାଯିବାସହ ଏହାର ଏକ ନକଲ ସଭ୍ୟମାନଙ୍କୁ ବଣ୍ଟାଯାଇଥିଲା। ଏହି ବୈଠକରେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ବ୍ଲକ ଉପାଧ୍ୟକ୍ଷ , ଅତିରିକ୍ତ ତହସିଲଦାର ନିରଞନ ନାୟକ, ଅତିରିକ୍ତ ବିଡ଼ିଓ ପ୍ରିୟଦାର୍ନୀ ବରାଳ, ସାସଂଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା , ପାନୀୟ ଜଳ ଯୋଗାଣ ଅଧିକାରୀ ପ୍ରବୀର କୁମାର ବଳ, ଉପ-ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ ମଚାଂସୀନ ଥିଲେ। ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସରପଞ୍ଚମାନଙ୍କସହ ଲାଇନ ଡ଼ିର୍ପାର୍ଟ ମେଣ୍ଟର ଅଧିକାରୀ ବ୍ଲକ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ














Leave a Reply