ନିମାପଡ଼ା, ତା ୨୫/୮ ଏ.ପି ନିୟୁଜ) ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ ଏମ୍ପାୱରମେଣ୍ଟ ସେଲ୍’ ଦ୍ୱାରା ଆଇ କ୍ୱି ଏ ସି ଏବଂ ଆଭୟନ୍ତରୀଣ ଅଭିଯୋଗ କମିଟିର ମିଳିତ ସହଯୋଗରେ “କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ, ନିଷେଧ ଏବଂ ପ୍ରତିକାର” ପୋସ୍ ଆଇନ୍ ବିଷୟରେ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ବିଭୁ ପଟ୍ଟନାୟକ ଯୋଗଦେଇ କର୍ମକ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ଓ ସଚେତନତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଆଇ କ୍ୱି ଏ ସି ସଂଯୋଜିକା ଶ୍ରୀମତୀ ନନ୍ଦିନୀ ପଟ୍ଟନାୟକ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନାରାଣୀ ମିଶ୍ର, ଶକ୍ତିଶ୍ରୀ ସେଲ୍ ସଂଯୋଜିକା ଡ. ପ୍ରିୟଦର୍ଶିନୀ ସାହୁ , ପ୍ରଶାସନିକ ଅଧିକାରୀ ଡ. ରବୀନ୍ଦ୍ର ନାଥ ପାଢ଼ୀ , ଅଧ୍ୟାପିକା ଡ ଅଞ୍ଜନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୋଶ ଆଇନ ସଂପର୍କରେ ମୂଲ୍ୟବାନ୍ ବକ୍ତବ୍ୟ ରଖିଥିଲେ। ଉକ୍ତ ଆୟୋଜିତ କର୍ମଶାଳାରେ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ କର୍ମକ୍ଷେତ୍ର ରେ ମହିଳା ମାନଙ୍କୁ କିପରି ସଚେତନତା କରାଯାଇ ସୁରକ୍ଷା ବିଷୟର ବିଭିନ୍ନ ଦିଗ ଉପରେ ଆଲୋଚନାରେ ଭାଗ ନେଇଥିଲେ।
ନିମାପଡ଼ା କଲେଜରେ ‘ପୋଶ୍’ ଆଇନ ସଂପର୍କରେ କର୍ମଶାଳା














Leave a Reply