ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ, ଅଚଳ ହୋଇ ପଡ଼ିଥିବା ପିଇବା ପାଣି ପ୍ରକଳ୍ପ କାର୍ଯ୍ୟକ୍ଷମ

ନିମାପଡ଼ା,୩୦/୮(ଏ.ପି ନିୟୁଜ) ପୁର୍ବ ସରକାର ଅମଳରେ ନିମାପଡ଼ା ଏନ.ଏ ସିର ପ୍ରମୁଖ ଅଞ୍ଚଳରେ ଥିବା ଦୁଇ ଶୀତଳ ପିଇବା ପାଣି ପ୍ରକଳ୍ପ ଦୀର୍ଘ ବର୍ଷ ଧରି ଅଚଳ ହୋଇ  ରହିଥିଲା। ନିମାପଡ଼ା ଯୁବମୋର୍ଚ୍ଚା ସଭାପତି ସାଇପ୍ରିତମ ପଟ୍ଟନାୟକଙ୍କ ଅନୁରୋଧ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରୟଭାତୀ ପରିଡ଼ାଙ୍କ ନିର୍ଦ୍ଦେଶରେ  ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ  ଏହି ଦୁଇ ପିଇବା ପାଣି ଯନ୍ତ୍ର କାର୍ଯ୍ୟକ୍ଷମ ହେବାସହ ନୂତନ ରୂପ ଦିଆଯାଇଛି। ପୁରୁଣା ବସଷ୍ଟାଣ୍ଡର ଲକ୍ଷ୍ମୀ ମଣ୍ଡପ ସନ୍ନିକଟରେ ଏବଂ ବ୍ଲକ ଛକରେ ବସିଥିବା ଶୀତଳ ପିଇବାପାଣି  ଯନ୍ତ୍ର ଦୀଘର୍ଦିନ ଧରି ଅଚଳହୋଇ ପଡ଼ିଥିଲା ଗତ ସରକାର ସମୟରେ ପରିଷଦ ପକ୍ଷରୁ  ଉକ୍ତ ଦୁଇ  ସ୍ଥାନର ଲୋକମାନଙ୍କ ଚଳପ୍ରଚଳ  ହେଉଥିବାରୁ  ପରିଷଦ ପକ୍ଷରୁ ଦୁଇଟି ସ୍ଥାନରେ  ଯନ୍ତ୍ର ବସା ଯାଇଥିଲା। କମ କ୍ଷମତା ଥିବା ଯନ୍ତ୍ର କୁ ଉଚ୍ଚ ଦରରେ କିଣାଯାଇ ବସାଯାଇଥିଲା।  ବାରମ୍ବାର ଖରାପ ହେଉଥିବାରୁ ହଜାର ହଜାର ଟଙ୍କା ମରାମତି ବାବତରେ ପରିଷଦ ପକ୍ଷରୁ   ବ୍ୟୟ କରାଯାଇ  ଜନସାଧାରଣଙ୍କ  ଅର୍ଥକୁ ହରିଲୁଟ କରାଯାଉଥିଲା। ପୁର୍ନବାର ମରାମତି କରି ଶୀତଳ ପିଇବା ପାଣି ଯନ୍ତ୍ର ଦୁଇଟିକୁ ମରାମତି କରାଯିବା ଅପେକ୍ଷା ଭଳଗୁଣବତ୍ତାଥିବା ଦୁଇଟି ଜଳ ଶୀତଳକରଣ ପିଇବା ପାଣି ନୂତନ ଯନ୍ତ୍ରକୁ  ବ୍ଲକ ଛକ ଏବଂ ଗଡ଼ଅଣ୍ଢିଆ ଲକ୍ଷ୍ମୀ ମଣ୍ଡପରେ ନୂଆ ରୁପରେ ସ୍ଥାପନ କରାଯାଇଛି।  ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ବର୍ତ୍ତମାନର ବିଜେପି ସରକାର ଲୋକଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ ଦେଇ ଏହି ସ୍ଥାନରେ ନୂତନ ଭାବରେ ଥଣ୍ଡା ଓ ନର୍ମାଲ ପାନୀୟଜଳ ର ବ୍ୟବସ୍ଥା କରାଯାଇ, ଆଜି ସ୍ୱୟଂଶାସିତ ଦିବସ ଅବସରରେ  ନିମାପଡ଼ା ପରିଷଦ ବାସୀଙ୍କ ଉଦ୍ଦେଶ୍ୟରେ ଜନସାଧାରଣଙ୍କୁ ସମର୍ପିତ କରାଯାଇଅଛି।

Leave a Reply

Your email address will not be published. Required fields are marked *