ଏନ.ଏ.ସି ପକ୍ଷରୁ ସ୍ବାୟତ୍ତଶାସନ ଦିବସ  ପାଳନ

ନିମାପଡ଼ା, ୧/୯(ଏ.ପି.ନିୟୁଜ) ଚଳିତ ବର୍ଷ  ନିମାପଡ଼ା ଏନ.ଏ.ସିରେ  ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ପରିଷଦ ସଦସ୍ୟ , ଅଭ୍ଗନବାଡ଼ି କର୍ମୀ , ସଫେଇ କର୍ମଚାରୀମାନେ ଏକାଠି ବସି  ରାଜ୍ୟସ୍ତରୀୟ ଉତ୍ସବକୁ  ଟିଭି ମାଧ୍ୟମରେ ଦେଖି ସ୍ବାୟତ୍ତଶାସନ ଦିବସକୁ ମହାସମାରୋହରେ  ପାଳନ କରିଥିବା ପ୍ରକାଶ। ଏହି ଅବସରରେ ପରିଷଦ ପକ୍ଷରୁ ରାମଧୂନ ଓ ପ୍ରଭାତଫେରୀ  ଓ ମହାପୁରୁଷ ଶହୀଦମାନଙ୍କୁ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞଳି  ପରିଷଦ ଅଫିସ ପରିସରରେ ଜାତୀୟ ପତକାକୁ  ଅଧ୍ୟକ୍ଷା ସସ୍ମିତା ସାହୁ  ଉ‌ତ୍ତୋଳନ କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନ୍ତେବାସୀ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ।। ପରିଷଦ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ଓ ଅନ୍ୟାନ୍ୟ ସେବାପାଇଁ  ସେବା ପୁରଷ୍କାର ବଣ୍ଟନ କରାଯାଇଥିଲା। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ସାଧାରଣ ସଭା ବଦଳରେ ରାଜ୍ୟସ୍ତରୀୟ  ସ୍ବାୟତ୍ତଶାସନ ଦିବସ କୁ ଅଧ୍ୟକ୍ଷା କାଉନସିଲର, ଅଙ୍ଗନ କର୍ମୀ  ଟିଭି ମାଧ୍ୟମରେ ସିଧାପ୍ରସାରଣକୁ ଏକାଠି ବସି ଉପଭୋଗ କରିଥିଲେ। ଅଧ୍ୟକ୍ଷା ଓ  କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟରେ ଚାଳିଥିବା ଶୀତଳ ଯୁଦ୍ଧ ପରିଷଦ ଅଞ୍ଚଳରେ ଆଳୋଚନାର ବିଷୟ ବସ୍ତୁ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ବୈଷୟିକ ଜ୍ଞାନକୈାଳକୁ ଭିତ୍ତିକରି ନିମାପଡ଼ାଏନ.ଏ.ସିର ବିକାଶ ସାଧିତ ହେବ, ପରିଷଦ ଅଞ୍ଚଳରରେ ତିବା ଯୁବା ବର୍ଗକୁ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ଦେଇ ଯୋଗ୍ୟ କରିବା ପରିଷଦର ଉଦ୍ଦେଶ୍ୟ। ଜନପ୍ରତିନିଧିମାନଙ୍କ ସହ ସହଯୋଗିତା  ନରହିଲେ ସରକାରଙ୍କ ଦକ୍ଷତା ନିଷ୍ପଳ ହୋଇଯିବ।ଆଜିରଦିନରେ ପରିଷଦ ବାସୀଙ୍କ ପାଇଁ ବାର୍ତ୍ତା ଦିଆଯାଇଥିଲା। ୨୯ଟି ହାଇମାକ୍ସ ଲାଇଟ ପରିଷଦର ବିଭିନ୍ନ ଛକ ସ୍ଥାନରେ ଲୋକାର୍ପଣ ହେବାକୁ ଯାଉଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅନୁପସ୍ଥିତ ରହିବାରୁ ଏହି କାର୍ଯ୍ୟକ୍ରମକୁ  ଶେ‌ଷ ମୂହୁର୍ତ୍ତରେ ବାତିଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *