ପବିତ୍ର ଜନ୍ମାଷ୍ଟମୀ ଉତ୍ସବରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି ସଚେତନତାର ବାର୍ତ୍ତା ପ୍ରଚାରକଲେ  ନିମାପଡ଼ା ସମ୍ବାଦିକ ସଂଘ

 

ନିମାପଡ଼ା୪/୯(ଏ.ପି ନିୟୁଜ) ସାରା ଦେଶରେ ଆଜିର ଦିନକୁ ଭଗବାନଙ୍କ ଶ୍ରୀକୃଷ୍ଣଙ୍କ  ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ଶ୍ରଦ୍ଧାଳୁମାନେ ପାଳନ କରୁଥିବା ବେଳେ ନିମାପଡ଼ା ସମ୍ବାଦିକ ସଂଘ ଏହି ଦିନକୁ ଆଜି ର ପବିତ୍ର  ଜନ୍ମଦିନକୁ  ପରିବେଶ  ସୁରକ୍ଷା  ପାଇଁ ସ୍ଥାନୀୟ ଗୁହାଳପଡ଼ାରେ ଥିବା ସ୍ବାଧୀନ କଲେଜ ସମ୍ମୁଖରେଥିବା ନୁହାରକରୀ ଶାଖା କେନାଲ ବନ୍ଧରେ   ୩୦ଟି ବଊଳ, ଅଁଳା , ଗୋଳାପ ଜାମୁ ର ଚାରା ‌ ରୋପଣ କରି ଶ୍ରୀକୃଷ୍ଣ ଙ୍କ ଜନ୍ମଉତ୍ସବକୁ   ପରିବେଶ ସୁରକ୍ଷା ଓ ସଚେତନତା ଦିବସଭାବେ ପାଳନ କରିଛି। ଏହି କାର୍ଯ୍ୟକ୍ରମରେ ସ୍ବାଧୀନ କଲେଜର ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଓ ଛାତ୍ର, ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା ଓ ସଭ୍ୟ, ମାନବ ଅଧିକାରସଗଂଂନର କର୍ମକର୍ତ୍ତା , ଅବସରପ୍ରାପ୍ତ ସେନା ବିଭାଗର ଅଧିକାରୀ ଓ  କର୍ମଚାରୀମାନେ  ଉପସ୍ଥିତ ରହି ବୃକ୍ଷରୋପଣ ଓ ପରି‌ବେଶ ସଚେତନାର ବାର୍ତ୍ତା ପ୍ରଚାର ଓ ସହଯୋଗ କରିଥିଲେ।  ସ୍ବାଧୀନ କଲେଜର ଛାତ୍ରମାନେ ଲଗାଯାଇଥିବା ଗଛର ସୁରକ୍ଷା ‌ଏବଂ ଯତ୍ନ ନେବେ ବୋଲି ପ୍ରତିଶ୍ରୁତି ରକ୍ଷା କରି ଗଛର ସୁରକ୍ଷା କରିବା ପାଇଁ  ଜାଲି ଲଗାଇ ବାନ୍ଧିଛନ୍ତି। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମ୍ବାଦିକ ସଂଘ ସଭାପତି ଅକ୍ଷୟ କୁମାର ନାୟକ,  ରାଜ କିଶୋର ଦାଶ, ଶିଶିର କୁମାର ସ୍ବାଇଁ, ସାନ୍ତନୁ ମହାନ୍ତି, ଅଜିତ କୁମାର ସାହୁ, ବିଭୂତି ମହାପାତ୍ର, ବିବେକାନନ୍ଦ ସେଠୀ, ବିଜୟ କୁମାର ବେହେରା, ସନ୍ତୋ‌ଷ ଦାସ, ସ୍ବାଧୀନ କଲେଜ ଅଧ୍ୟକ୍ଷ ସ୍ବାଧୀନ କୁମାର ସାହୁ, ସେନା ବିଭାଗର କର୍ଣ୍ଣେଲ ରାଖାଲ ଚନ୍ଦ୍ର ରାଉତ,, ଅବସରପ୍ରାପ୍ତ ସେନା  କର୍ମଚାରୀ ଜୀବନ ଜ୍ୟୋତି ଶତପଥୀ, , ବରିଷ୍ଠ ନାଗରିକମଂଚର ସଂପାଦକ  ଦୀନବନ୍ଧୁ ମଲ୍ଲିକ, ସୁରେନ୍ଦ୍ର ସାହୁ,, ମାନବାଧିକାର ନେତ୍ରୀ ଜୟଶ୍ରୀ ପାତ୍ର, ଗୋପିନାଥ ପାତ୍ର, ସୁଦର୍ଶନ ପ୍ରଧାନ ,ଦୀପକ ସାହୁ ପରିବେଶ ବିତ ଦଣ୍ଡପାଣି ସାହୁ  ପ୍ରମୁଖ ପରିବେଶ ବିତ୍ତମାନେ  କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରି  ଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିମାପଡ଼ା ଅଧିକାରୀ ବଳଭଦ୍ର ନାୟକ ଏବଂ ତାଙ୍କ ସହଯୋଗୀମାନେ  ସାହର୍ଯ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *