ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ପୁରୀ ୭/୯(ଏ.ପି ନିୟୁଜ) ଜାତୀୟ ଅନସୁଚୀତ ଜନଜାତି ଆୟୋଗ ର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଦୁଇ ଦିନିଆ ପୁରୀ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଛନ୍ତି।ଗତକାଲି ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତାଙ୍କୁ  ଓ ଅନ୍ୟ ସଦସ୍ୟ ମାନଙ୍କୁ ସ୍ବାଗତ କରିଥିଲେ।ପରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ପୁରୀ ଜିଲ୍ଲା ରେ ଅନସୁଚୀତ ଜନଜାତି ବିକାଶ, କଲ୍ୟାଣ ତଥା ଉନ୍ନୟନ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କମିଶନ ଙ୍କୁ ସୂଚନା ପ୍ରଦାନ କରିଥିଲେ।ଜିଲ୍ଲା ରେ ୮ଗୋଟି ଅନୁସୂଚୀତ ଜାତି ଓ ଜନଜାତି ବିଦ୍ୟାଳୟ ଓ ୧୦ ଗୋଟି ଅନୁସୂଚୀତ ଜାତି ଓ ଜନଜାତି ହଷ୍ଟେଲ ରହିଛି।ସେଥିରୁ ୬ ଟି ଏସସି ଓ ଏସଟି ବିଭାଗ ଓ ୪ ଗୋଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ  ପରିଚାଳିତ ବିଦ୍ୟାଳୟ ରେ ହଷ୍ଟେଲ ଚାଲୁଅଛି ।ସେମାନଙ୍କୁ ନିୟମିତ ଶିକ୍ଷା ଦାନ ସହ ସରକାରଙ୍କ ସ୍ଥିରୀକୃତ ଛାତ୍ର ବୃତ୍ତି ମଧ୍ୟ ପ୍ରଦାନ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ ସମସ୍ତ କାର୍ଯ୍ୟ ର ସମୀକ୍ଷା କରିବା ସହ ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ସନ୍ତୋଷ ପ୍ରକାଶ କରିଥିଲେ।ପୂର୍ବରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅଧିନରେ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ ଚାରାରୋପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡିଏଫଓ  ମଗର ଧନୀଜ ରାସୋସୋ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡା,ଅଧ୍ୟକ୍ଷ ଙ୍କ ସହ ଆସିଥିବା ଅନ୍ୟାନ୍ୟ ଅଧିକାରୀ, ଅନସୁଚୀତ ଜନଜାତି କମିଟିର ସଦସ୍ୟ ବୃନ୍ଦ, ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।ଆଜି ପୂର୍ବାହ୍ନରେ ଅଧ୍ୟକ୍ଷ ମହାପ୍ରଭୁଙ୍କ ଦର୍ଶନ ସହ ସାତପଡ଼ା ଅଞ୍ଚଳ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *