ନିମାପଡ଼ା, ୧୫/୯/୨୬ (ଏ.ପି ନିୟୁଜ) ନିମାପଡ଼ା ଅଞ୍ଚଳର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଭାବେ ପରିଚିତ ସ୍ବର୍ଗତ ରଞନ କୁମାର ପଟ୍ଟନାୟକ ୫୪ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ସେ ଗତ କିଛି ଦିନଧରି କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଆଜି ପୂର୍ବାହ୍ନ ୧୧ଟା ସମୟରେ ଭୁବନେଶ୍ବରସ୍ଥ ନୟାପଲ୍ଲୀ ଠାରେ ଥିବା ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଡ଼ାୟଲିସିସ ହେଉଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବଗତ ରଞନ ପଟ୍ଟନାୟକଙ୍କ ବିୟୋଗ ଖବର ନିମାପଡ଼ାରେ ପ୍ରସାରିତ ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ କିଛିଦିନ ଧରି ଆଜି ପର୍ଯ୍ୟନ୍ତ ଖବର କାଗଜର ସମ୍ପାଦନା ବିଭାଗ ରେ କାର୍ଯ୍ୟକରୁଥିଲେ। ସେ ଏକ ବୈଦ୍ୟୁତିକ ଗଣମାଧ୍ୟମ, ପରେଭୁବନେଶ୍ବର ପ୍ରକାଶ ପାଉଥିବା ଛାପା ଗଣମାଧ୍ୟମର ନିମାପଡ଼ା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ସେ ବୈଦ୍ସେୟୁତିକ ଗଣମାଧ୍ୟମରେ କାର୍ଯ୍ୟକରୁଥିବା ସମୟରେ ବିଜେଡ଼ି ସରକାର ସମୟରେ ରାଜନେତାଙ୍କ ଜମିକୁ ସରକାରୀ ଅର୍ଥରେ ଜଳସେଚନବିଭାଗ ପକ୍ଷରୁ କେନାଲ ଉପରେ ପୋଲ ନିର୍ମାଣ ନିମ୍ନମାନର କାର୍ଯ୍ର ହେଉଥିବା ପ୍ରତିବାଦ କରିବାରୁ ତତକାଳୀନ ରାଜ ନେତାଙ୍କ ରୋଷର ଶିକାର ହୋଇ ଏକ ବୈଦ୍ୟୁତିକ ଗଣ ମାଧ୍ୟମରୁ ବିଦା ହୋଇଥିଲେ। ନିମାପଡ଼ାର ବହୁ ସମାଜିକ ଓ ସାଂକୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ନିମାପଡ଼ା ମହୋତ୍ସବ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା । ସ୍ବର୍ଗତ ରଞନ ପଟ୍ଟନାୟକଙ୍କ ବିୟୋଗରେ ସମ୍ବାଦ ପରିବେଷଣ କ୍ଷେତ୍ରରେ ଓ ସାଂସ୍କୃତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି।। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ପୁରୀ ଜିଲା ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ନିମାପଡ଼ା ସାମ୍ବାଦିକ ସଂଘ ସଭାପତି ଅକ୍ଷୟ କୁମାର ନାୟକ ଓ ସଂପାଦକ ଅଶୋକ କୁମାର ବେହେରା,ଉପଦେଷ୍ଟା ରାଜକିଶୋର ଦାଶ ,ପୁରୀ ଜିଲା ବିଜେଡ଼ି ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ବାଇଁ ଏବଂ ଆଜି ପର୍ଯ୍ୟନ୍ତ ଖବର କାଗଜ ଓ ଡ଼ିଜିଟାଲ ମିଡ଼ିଆ ପରିବାର ପକ୍ଷରୁ ଆତ୍ମାର ସଦଗତି ପାଇଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛୁ।













Leave a Reply