ପ୍ରକାଶ ପାଇଲା ଏସଆଇଆର ଚୁଡାନ୍ତ ଭୋଟର ତାଲିକା

 

ପୁରୀ ଜିଲ୍ଲା ରେ ୧୩ ଲକ୍ଷ ୧୧ ହଜାର ୮୭୬ ଜଣ ଭୋଟର। ନିମାପଡ଼ାରେ  ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୭୩ ହଜାର ୩୧୩ ଜଣ

ପୁରୀ ୨୧/୯(ଏ.ପି.ନିୟୁଜ)

ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) ଅନ୍ତର୍ଗତ ପୁରୀ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ଆଜି ପ୍ରକାଶିତ ହୋଇଛି।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା ବିଭିନ୍ନ ଇଆରଓ , ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏହି ତାଲିକା ପ୍ରକାଶନ କରିଥିଲେ।ଆଜି  ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ପରିଡା ଭୋଟର ତାଲିକା ପ୍ରକାଶ କରିବା ସହ

ଏସ ଆଇ ଆର ୨୦୨୬ ପ୍ରକ୍ରିୟା ରେ ଭାରତର ଯୋଗ୍ୟ ନାଗରିକ ମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବା ସହ ଅଯୋଗ୍ୟ, ମୃତ, ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ଭାବେ ନାମ ଥିବା ଭୋଟର ମାନଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ଯାଞ୍ଚ ଓ ସଂଶୋଧନ କରାଯାଇଛି।ଦାବି ଓ ଆପତ୍ତି ଏବଂ ଶୁଣାଣି ପ୍ରକ୍ରିୟା ପରେ ଚୁଡାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି ବୋଲି ଜିଲ୍ଲାପାଳ କହିଥିଲେ।ପରେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ସୂଚନା ଦେଇ ଜିଲ୍ଲାପାଳ ପୁରୀ ଜିଲାରେ ୬ଟି ନିର୍ବାଚନମଣ୍ଡଳୀର ମୋଟ ୧୮୨୩ ବୁଥରେ ବର୍ତ୍ତମାନ ଚୁଡାନ୍ତ ତାଲିକାରେ ପୁରୀ ଜିଲାରେ ମୋଟ ମତଦାତାଙ୍କ ସଂଖ୍ୟା ୧୩ ଲକ୍ଷ ୧୧ ହଜାର ୮୭୬ ଭୋଟର ଅଛନ୍ତି। ପୂର୍ବରୁ ପୁରୀ ଜିଲାରେ ୧୩୦୨୭୬୮ ମତଦାତା ରହିଥିଲେ।

ବର୍ତ୍ତମାନ ପୁରୁଷ ଭୋଟର ଙ୍କ ସଂଖ୍ୟା ୬୮୧୧୩୩, ମହିଳା ଭୋଟର ଙ୍କ ସଂଖ୍ୟା ୬୩୦୬୬୮  ଓ ଅନ୍ୟାନ୍ୟ ୭୫ ଜଣ ଭୋଟର ରହିଛନ୍ତି।୧୦୫ କାକଟପୁର (ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ ର ଭୋଟର ଙ୍କ ସଂଖ୍ୟା ୨୨୬୭୪୯,୧୦୬ ନିମାପଡା ନିର୍ବାଚନ ମଣ୍ଡଳୀ ରେ ୨୨୭୩୧୩,୧୦୭ ପୁରୀ ନିର୍ବାଚନ ମଣ୍ଡଳୀ ରେ ୨୨୫୮୦୮,୧୦୮ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ୨୧୩୨୫୪,୧୦୯ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରେ ୧୯୫୧୩୮ ଓ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମୋଟ ଭୋଟର ଙ୍କ ସଂଖ୍ୟା ୨୨୩୬୧୪ ରହିଛି।୧୮-୧୯ ବର୍ଷର ଯୁବ ଭୋଟର ଙ୍କ ସଂଖ୍ୟା ୧୦୧୯୧ ରହିଥିବା ବେଳେ ୮୦ ବର୍ଷ ରୁ ଉର୍ଦ୍ଧ୍ବ ଭୋଟର ଙ୍କ ସଂଖ୍ୟା ରହିଛି ୧୪୦୫୧ ଓ ଦିବ୍ୟାଙ୍ଗ ଭୋଟର ଙ୍କ ସଂଖ୍ୟା ୧୬୬୭୨।ଚୁଡାନ୍ତ ଭୋଟର ତାଲିକା ସମ୍ପୃକ୍ତ ବୁଥ ସ୍ତରୀୟ ଇଆରଓ, ଏଇଆରଓ କାର୍ଯ୍ୟାଳୟ ଏବଂ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ରେ ଉପଲବ୍ଧ ରହିଛି।ଏହା ସହ ନିର୍ବାଚନ ଆୟୋଗ ବା ସିଇଓ ଓଡିଶା ଙ୍କ ଅଧିକୃତ ୱ୍ବେବସାଇଟ ମାଧ୍ୟମରେ ମଧ୍ୟ ଭୋଟର ମାନେ ନିଜ ନାମ ଯାଞ୍ଚ କରି ପାରିବେ।ସମସ୍ତ ଭୋଟର ନିଜର ନାମ, ଠିକଣା ଓ ଅନ୍ୟାନ୍ୟ ବିବରଣୀ ଚୁଡାନ୍ତ ଭୋଟର ତାଲିକାରେ ଯାଞ୍ଚ କରିନେବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଅନୁରୋଧ  କରିଛନ୍ତି।ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,,ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *