ପୁରୀ ୨୭/୯ (ଆଜି ପର୍ଯ୍ୟନ୍ତ ) ଆଜି ବିଶ୍ବ ପର୍ଯ୍ୟଟନ ଦିବସ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଯୋଗ ଦେଇ ପୁରୀ ଜିଲ୍ଲା ପର୍ଯ୍ୟଟନ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ।ଦେଶ ବିଦେଶରୁ ଦୈନିକ ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ହଜାର ହଜାର ସଂଖ୍ୟାରେ ପୁରୀ କୁ ଆସନ୍ତି।ପୁରୀର ଅଧିବାସୀ ଭାବେ ଆମେ ଅତିଥି ଦେବୋ ଭବଃ ର ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖି ସମସ୍ତ ପର୍ଯ୍ୟଟକ ଙ୍କୁ ଉଚିତ ସେବା ଓ ସମ୍ମାନ ଦେବା କୁ ଶ୍ରୀ ଭୋଇ ଆହ୍ବାନ ଦେଇଥିଲେ।ପୁରୀ ମହାନଗର ନିଗମର ଯୁଗ୍ମ ପୁରୀ ସହରକୁ ସ୍ବଛ ଓ ସୁନ୍ଦର ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆୟୋଜିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ ଥିଲେ ।ପ୍ରାରମ୍ଭରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ସମସ୍ତ ଙ୍କୁ ସ୍ବାଗତ ଓ ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ କୁମାର ରାଉତ, ଦେବସ୍ମିତା ମହାନ୍ତି,ବରିଷ୍ଠ ସହାୟକ ସନ୍ତୋଷ କୁମାର ମହାନ୍ତି, ପ୍ରମୁଖ ଯୋଗ ଦେଇଥିଲେ।














Leave a Reply