ମହିଳା ଓ ଶିଶୁ ବିକାଶ ବିଭାଗ ର ଆଙ୍ଗନ କା ଉତ୍ସବ

ଅସ୍ତରଙ୍ଗ(ଏ.ପି ନିୟୁଜ),  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ମହିଳା ଓ ଶିସୁ ବିକାଶ ବିଭାଗ ତରଫରୁ ବ୍ଲକ ଅଂଚଳ ରେ ଥିବା ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ୨୭,୨୮ ୨୯ତିନିଦିନ ବ୍ୟାପି ଅଙ୍ଗନ କା ଉତ୍ସବ ମହା ସମାରୋହ ରେ ପାଳିତ ହୋଇ ଯାଇ ଅଛି l ଏହି ଉତ୍ସବ ର ଉଦେଶ୍ୟ ହେଲା ଓଡିଶା କୁ, କୁ ପୋଷଣ ମୁକ୍ତ କରିବା, ପିତା ମାତା ସହ ଗ୍ରାମର ଅନ୍ୟ ସଦସ୍ୟ ମାନଙ୍କୁ ଅଙ୍ଗନ ବାଡ଼ି ସହ ପରିଚିତ କରାଇବା,ଉପସ୍ଥାନ ବଢ଼ାଇବା ନିମନ୍ତେ ପିଲା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର କୁ ପଠାଇବା ପାଇଁ ଆଗ୍ରହ ପ୍ରକାଶ କରିବା,ବିକସିତ ଓଡ଼ିଶାରେ ଅଙ୍ଗନ ୱାଡି କୁ ଏକ ମୁଖ୍ୟ ଅଙ୍ଗ ରୂପେ ପରିଗଣିତ କରିବା,ଏହି ଉତ୍ସବ ର ମୂଳ ଲକ୍ଷ୍ୟ l ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ସବୁ କାର୍ଯ୍ୟକ୍ରମ ରେ ବ୍ଲକ ସି ଡି ପି ଓ, ତଥା ମହିଳା ଓ ଶିସୁ ବିକାଶ ଅଧିକାରି, ଲୋଚନା ସେଠି,କ୍ଷେତ୍ର ପରିଦର୍ଶୀକା ଜୋଶ୍ନl ରାଣୀ ଦଶ, ଙ୍କ ସମେତ ଅଙ୍ଗା୍ୱାଡି ପରିଚାଳନା କମିଟିର ମୁଖ୍ୟ, ୱାର୍ଡ଼ ସଭ୍ୟ ମନୋଜ ବିଶ୍ୱାଳ,ସହାୟିକା, ଆଶା କର୍ମୀ ପ୍ରଭୁତି ସାମିଲ ରହି ବ୍ଲକ ସ୍ତରୀୟ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ l ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ପିଲା ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା l

Leave a Reply

Your email address will not be published. Required fields are marked *