ନିମାପଡ଼ା ବୋଇତ ବନ୍ଦାଣ ଉତ୍ସବ -୨୦୨୬ ପ୍ରସ୍ତୁତି ବୈଠକ

ନିମାପଡ଼ା, ୬/୧୦ (ଏ.ପି ନିୟୁଜ)  ନିମାପଡ଼ାରେ ଆଗାମୀ  ଦିନରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ବୋଇତ ବନ୍ଦାଣ  ଉତ୍ସବର ସୁପରିଚାଳନା ପାଇଁ    ପ୍ରସ୍ତୁତି ବୈଠକ  ଆୟୋଜକ ଅନୁଷ୍ଠାନ ସଙ୍ଗମ ପକ୍ଷରୁ  ସ୍ଥାନୀୟ  ଅମଲାପଡା ସ୍ଥିତ ଗ୍ରୀନଲାଣ୍ଡ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ  ସଙ୍ଗମର କର୍ମକର୍ତ୍ତା , ବୁଦ୍ଧିଜିବୀମାନେ  ଉପସ୍ଥିତ ରହି  ଚଳିତ ବର୍ଷ କାର୍ଯ୍ୟକ୍ରମକୁ ଅଧିକ  ସରସ ସୁନ୍ଦର ଓ ଆକର୍ଷଣୀୟ  ଏବଂ ଲୋକାଭିମୁଖୀ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଜାତୀୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ  ଶରତ କୁମାର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ  ଉକ୍ତ ବୈଠକରେ କୈବର୍ତ୍ତ ମହାସଂଘର ସଭାପତି ତଥା ଅବସରପ୍ରାପ୍ତ ପ୍ରାଣୀଧନ ଚିକିତ୍ସକ ଜଗବନ୍ଧୂୁ ବେହେରା, ଫାର୍ମାସିଷ୍ଟ ଆଇ ତ୍ରିନାଥ ପାତ୍ର, ଅଧ୍ୟାପକ ଡଃ.ରବିନ୍ଦ୍ରନାଥ ପାଢ଼ୀ, ଅଧ୍ୟାପକ ସତ୍ୟବ୍ରତ ସ୍ଵାଇଁ,କଳାଶିକ୍ଷକ  ସାରଦା ପ୍ରସନ୍ନ ବେହେରା, ଶ୍ରୀଯୁକ୍ତ ପ୍ରଭାକର ସାହୁ, ମନୋଜ କୁମାର ନାୟକ, ଆଲୋକ କୁମାର ପାତ୍ର, ଦିପକ କୁମାର ସାହୁ ,ଶୁଭ୍ରକାନ୍ତ ପଟ୍ଟନାୟକ, ଗଙ୍ଗାଧର ଓଝା,ଝୁନିଲତା ବେହେରା, କବିତା ନାୟକ,ତପନ କୁମାର ରାଉତରାୟ, ଅଶୋକ କୁମାର ବେହେରା, ଉପେନ୍ଦ୍ର କୁମାର ଜେନା, ବିମ୍ବାଧର ଓଝା, ମଧୁସ୍ମିତା ନାୟକ, ପୁଷ୍ପଲତା ସ୍ଵାଇଁ, କୁନ୍ତଳା ମଲିକ, ସରସ୍ୱତୀ ମହାରଣା, ସାଇ ରଞ୍ଜନ ନାୟକ, ହୃଦାନନ୍ଦ ସାହୁ, ନୃସିଂହ ମହାରଣା, ପ୍ରତାପ କୁମାର ଓଝା, ସୁନନ୍ଦା ସାହୁ, ଜଗଦୀଶ ପାଣି, ଶିବ ନାରାୟଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ। ନିମାପଡାର ଐତିହ୍ୟ ପରମ୍ପରାକୁ ଏବଂ ନିମାପଡ଼ା ଅଞ୍ଚଳର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ  ସମସ୍ତେ  ପ୍ରତିଶୃତିବଦ୍ଧ ଏବଂ ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ସଂସ୍କୃତି ପ୍ରେମୀ ଅଶଂଗ୍ରହଣ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ    ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *