Skip to content
ନିମାପଡ଼ା, ତା ୧୦/୭(ଏ.ପି. ନିୟୁଜ)- ଗତ ବୁଧବାର ଅପରାହ୍ନରେ ସାପ କାମୁଡ଼ାରେ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଳଙ୍ଗା ଥାନା ଅନ୍ତର୍ଗତ ଭୁତପଦା ଗ୍ରାମର ଅକ୍ଷୟ ବିଶ୍ବାଳଙ୍କ ପୁଅ ଆଦିତ୍ୟ(୧୩)ଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଗ୍ରାମ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଛି। ସୂଚନା ମୁତାବକ ଆଦିତ୍ୟ ବୁଧବାର ଅପରାହ୍ନରେ ବାରିପଟେ ଥିବା ଇଟା ଗଦାରୁ ଇଟା ବାହାର କରୁଥିଲା ବେଳେ ସେଥିରେ ଥିବା ଏକ ବିଷାକ୍ତ ସାପ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଫଳରେ ଆଦିତ୍ୟ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତୁରନ୍ତ ଆଦିତ୍ୟକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଆଦିତ୍ୟ ସ୍ଥାନୀୟ ଉତ୍କଳ ମଣି ହାଇସ୍କୁଲ ନୂଆସନ୍ଥର ଅଷ୍ଟମ ଶ୍ରେଣୀର ଛାତ୍ର ଥିବା ଜଣାପଡ଼ିଛି।
Chittaranjan Mohanty
Website:
Leave a Reply