ଏନ.ଏ.ସି ପକ୍ଷରୁ ସ୍ବଛତା ସେବା  ରାଲି। ବର୍ଷାରେ ଭିଜିଲେ ସ୍କୁଲ ପିଲା 

ନିମାପଡ଼ା, ୨୨/୯(ଏ.ପି ନିୟୁଜ) ପ୍ରବଳ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ଓ ଜିଲା ପ୍ରଶାସନ ସତର୍କ ସୂଚନା ଜାରି କରିଥିବାବେଳେ ନିମାପଡ଼ା ଏନ.ଏ.ସି ପକ୍ଷରୁ ଆଜି ସକାଳେ  ସ୍ବଛତା ଏକ ସେବା ନାମରେ ଏକ ପଦଯାତ୍ରା  ଆରମ୍ଭ କରିଥିଲେ। ଏହି ପଦଯାତ୍ରାରେ ନିମାପଡ଼ା ଏନ.ଏ.ସି ଅଞ୍ଚଳରେ ଥିବା କେତେକ ଇଂଗ୍ରାଜି ଓ ଓଡ଼ିଆ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ ତାଙ୍କ ଶିକ୍ଷକ ଶିକ୍ଷୟିତ୍ରୀମାନେ  ସ୍ବଛତା ପଦଯାତ୍ରାରେ ସାମିଲ ହୋଇଥିଲେ। ଏନ.ଏ.ସି ଅଫିସରୁ ବାହରିଥିବା ପଦଯାତ୍ରାରେ ସ୍କୁଲର ଛାତ୍ରଛାତ୍ରୀ ଓ ମହିଳା ଗୋଷ୍ଠୀର ସଭ୍ୟମାନେ ପ୍ଲାକାର୍ଡ଼ ଓ ବ୍ୟାନର ଧରି  ଶେଭାଯାତ୍ରାରେ ଭାଗ ନେଇସ୍ବଛତା ସଂପର୍କରେ ସ୍ଲୋଗାନ ଦେଇ ଯାଉଥିବା ସମୟରେ ସ୍ଥାନୀୟ ପୋଷ୍ଟ ଅପିସ ନିକଟରେ ବର୍ଷା ଅଜାଡ଼ି ଥିଲା। ଶୋଭାଯାତ୍ରାରେ ଯାଉଥିବା ପିଲାମାନେ ଆଉ ଆଗକୁ ଯାଇନପାରି ବର୍ଷାରେ ଭିଜିଭିଜି  ବିକଳରେ ଫେରୁଥିବା ଦେଖିବାକୁ ମିଲିଥିଲା। ସରକାର ପ୍ରବଳ ବର୍ଷାହେବ ବେଶଳି ପାଣିବାଗ , ଓ ଜିଲାପ୍ରଶାସନ ପକ୍ଷରୁ  ସମସ୍ଥ ନାଗରିକ ମାନଙ୍କ ପାଇଁ  ଆଡ଼ଭାଇଜାରୀ ଜାରି କରିଥିବାବେଳେ   ‌ୋାଭାଯାତ୍ରା କରିବା ପାଇଁ କିଏ ଅନୁମତି ଦେଲା ବେଶଳି ପରିଷଦ ଅଞ୍ଚଳର ବୁଦ୍ଧିଜିବୀ ଏବଂ ଅଭିଭାବକମାନେ  ଆପତ୍ତି କରିଛନ୍ତି ଏହି ଶୋଭାଯାତ୍ରାରେ ସାସଂଦ ପ୍ରତିନିଧି ମୀନଲତା ମହାନ୍ତି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ୧ନଂ ୱାର୍ଡ଼ କାଉନସିଲରଙ୍କ ପ୍ରତିନିଧି ବଜେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *