୩ୟ ‘ବର୍ଷା ଉତ୍ସବ’ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

​ଅସ୍ତରଙ୍ଗ ୭/୯ (,ଏ.ପି ନିୟୁଜ) ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରିଏଲ୍ ଟ୍ୟୁନ୍’  ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ୩ୟ ତମ ‘ବର୍ଷା ଉତ୍ସବ – ମେଘ ବରଷିଲା ଟୁପୁରୁ ଟୁପୁରୁ’ ସଙ୍ଗୀତ ସନ୍ଧ୍ୟା ଓ ସମ୍ବର୍ଦ୍ଧନା ସମାରୋହ ମହାସମାରୋହରେ ଆୟୋଜିତ ହୋଇଯାଇଛି।​ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବରେଣ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ପବିତ୍ର ମୋହନ ଦାସ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।
​ଏହି ସାଂସ୍କୃତିକ ସନ୍ଧ୍ୟାରେ ରାଜ୍ୟର ବହୁ ନାମକରା କଣ୍ଠଶିଳ୍ପୀ ଓ ବାଦ୍ୟଯନ୍ତ୍ର ଶିଳ୍ପୀମାନେ ଯୋଗଦେଇ ବର୍ଷା ଆଧାରିତ ମନମୁଗ୍ଧକର ସଙ୍ଗୀତ ଓ ବାଦନ ପରିବେଷଣ କରିଥିଲେ। ଶ୍ରୋତାମାନେ ଏହି କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ।
​କାର୍ଯ୍ୟକ୍ରମ ଶେଷରେ ‘ରିଏଲ୍ ଟ୍ୟୁନ୍’ ର ମୁଖ୍ୟ ପରିଚାଳକ ତଥା ବିଶିଷ୍ଟ ତବଲା ବାଦକ ଶ୍ରୀ ଜଗନ୍ନାଥ ଦାଶ ସମସ୍ତ ଅତିଥି, କଳାକାର, ଶ୍ରୋତା ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *