୮୦ତମ ସ୍ବାଧୀନତା ଦିବସ ପାଳନ

ନିମାପଡ଼ା, ୧୫/୮(ଏ.ପି ନିୟୁଜ) ନିମାପଡ଼ା ବାରବାଟୀ ପଡ଼ିଆରେ ବ୍ଲକ ସ୍ତରୀୟ  ୮୦ତମ ସ୍ବାଧୀନତା ଦିବସ ପାଳନ  ହୋଇଯାଇଛି। ବାରବାଟି ପଡ଼ିଆରେ ମୁଖ୍ୟ ଅତିଥିଭାବେ ଲୋକସଭା ସଦସ୍ୟ ବିଭୁ ପ୍ରସାଦ ତରାଇ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଳେ ଏବଂ କ୍ୟାଡ଼େଯମାନଙ୍କ ଠାରୁ ଅଭିଭାଦନ ଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ୟଛାତ୍ରୀମାନଭ୍କ ଦ୍ବାରା ସାସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଊତ୍ସବରେ ବିଡ଼ିଓ,ତହସିଲଦାର , ପୁଲିସ  ସହିତ ସରକାରୀ ପଦଧିକାରୀମାନେ ଉପସ୍ତିତଥିଲେ।    ଏ.ନ.ଏସି ଅଫିସରେ ଅଧ୍ୟକ୍ଷ ସସ୍ମିତା ସାହୁ ଜାତୀୟ ପତକା ଉତ୍ତୋଳନ କରିଥିଲେ। ଉପାଧ୍ୟକ୍ଷ ସନ୍ତୋ‌ଷ ଦାଶ, ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ପ୍ରମୁଖ ଉପସ୍‌ତିତ ଥିଲେ। ସେହିଭଳି ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ୮୦ ତମ ତମ ସ୍ବାଧୀନତା ଦିବସ ସ୍ଥାନୀୟ ଇନଡ଼ୋର ଷ୍ଟଡ଼ିୟମ ପରିସରରେ  ମହାସମାରୋହରେ ପାଳନ କରିଛି।  ଏହି ଉତ୍ସବରେ ତହସିଲଦାର  ମନୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଅତିରିକ୍ତ ତହସିଲଦାର ଭେଙ୍କଟ ରାଓ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ମୁଖ୍ୟଅତିଥି ସ୍ବାଧୀନତା ଦିବସର ମହତ୍ବ ଏବଂ ସ୍ବାଧୀନତା ଆନ୍ଦୋଳନ ସମୟରେ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଥିଲେ। ସଭାପତି ଅକ୍ଷୟକୁମାର ନାୟକ ଅତିଥିମାନଙ୍କୁ ମଂଚ ନିକଟକୁ ପାଛୋଟି ନେଇ ସ୍ବାଧୀନତା ଦିବସ ବିଷୟରେ ସୁଚନା ପ୍ରଦାନ କରିଥିଲେ।ଏହି ଉତ୍ସବରେ   ଅତିଥିଭାବେ  ଅବସରପ୍ରାପ୍ତ ସେନା ଅଧିକରୀ ଜୀବନ ଶତପଥୀ, ସ୍ମୃତି ରଞନ ଦାସ(ଟନ), ମାନବ ଅଧିକାର ସଂଙ୍ଗଠନର ଜୟଶ୍ରୀ   ମହାନ୍ତି  କୋଚ, ଚନ୍ଦ୍ରମୋହନ ମିଶ୍ର, ଜାତୀୟ ବ୍ୟାଡ଼ମିଣ୍ଟନ ମହିଳା ଖେଳାଳୀ  ବିଜୟାଲକ୍ଷ୍ମୀ ବାରିକ, ରାଜ୍ୟ ଖେଳାଳୀ ଆଶୁତୋଷ ପ୍ରିୟଦର୍ଶନ, ସଂପାଦକ ଅଶୋକ କୁମାର ବେହେରା, ସହ ସଂପାଦକ ଅଜିତ ରଞନ ସାହୁ,, ଯୋଶେଫ ଲେଙ୍କା , , ଡ଼ଃ କେଦାରନାଥ ସାହୁ, ବିଭୂତି ମହାପାତ୍ର,ଶାନ୍ତନୁ ମହାନ୍ତି, ବିବେକା ନନ୍ଦ ସେଠୀ, ଶିଶିର ସାହୁ, ବାପୁନି ପାତ୍ର, ଙ୍କ ସମେତ ଚାରିଛକ ଅଞ୍ଚଳର ସାମ୍ବାଦିକମାନେ ଉପସ୍ତିତ ଥିଲେ।   ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ସହ ବନ୍ଦେମାତଂରମ ୧୫୦ ତମ ବାର୍ଷିକ ଶିଶୁ ମନ୍ଦିର ପରିସରରେ ପାଳିତ ହୋଇଯାଇଛି ଶିଶୁମନ୍ଦିରର  ଛାତ୍ରମାନେ ବ୍ୟାଣ୍ଡ ର ତାଳେତାଳେ ଭାରତ ମାତା କି ଜୟ ଧ୍ବନିରେ  ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲେ।  ପରିଚାଳନା କମିଟି ସଭାପତ ବିଦ୍ୟାଳୟ ପରିସରରେ ଜାତୀୟ ପତକା ଉତ୍ତୋଳନ କରିଥିଳେ। ସଂପାଦକ  ରମେଶ ଚନ୍ଦ୍ର ସ୍ବାଇଁ , ସଂଙ୍କୁଳ ପ୍ରମୁଖ ବାବୁଲି ମହାପାତ୍ର ଉପସଭାପତି ସହଦେବ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ବାରବାଟି ପଡ଼ିଆରେ ଅ‌ାୟୋଜିତ ଉତ୍ସବରେ ଶିଶୁ ମନ୍ଦିର ପକ୍ଷରୁ  ସଂସ୍କୃତି ଆଧାରିତ ନୃତ୍ୟ ପରି‌ବେଷଣ  କରି ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କଂଠାରୁ ପୁରଷ୍କାର ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *