ସମୁଦ୍ରରେ ଭାସି ଯାଇଥିବା ବ୍ୟକ୍ତିର ମୃତଦେହ ଉଦ୍ଧାର

lଅସ୍ତରଙ୍ଗ,୧୭/୭(ଏ.ପିନିୟୁଜ),ଅସ୍ତରଙ୍ଗ ଥାନା ଅଧୀନ ଛୁରୀଆନା ଗ୍ରାମ ପଞ୍ଚାୟତ ର ଦାଳୁଅକଣି ଗ୍ରାମରେ ଘଟିଛି ଏକ ଅଘଟଣ l ଉକ୍ତ ଗ୍ରାମର ଅକ୍ଷୟ କାଣ୍ଡି ତାଙ୍କ ଗ୍ରାମ ନିକଟରେ ଥିବା କେଳୁଣୀ ମୁହାଁଣ ଓ ବଙ୍ଗପସାଗର ତଟ ଦେଶରେ ରହିଥିବା ତାଙ୍କ ନିଜ ଜମିରେ ଚିଙ୍ଗୁଡ଼ି ଘେରି କରିଥିଲେ l ଘେରି ରେ କାର୍ଯ୍ୟ କରିବା ପାଇଁ ସୁଦୂର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ର ରାକାଗୁଡା ଗ୍ରାମର ରୁ ଦୁଇଜଣ ଯୁବକ ଙ୍କୁ ଆଣି କାର୍ଯ୍ୟ ରେ ଲଗାଇ ଥିଲେ l ହେଲେ ଗୁରୁବାର ଦିନ ଦୁଇଜଣ ଯୁବକ ଦିନ ଏଗାର ଘଟିକା ସମୟ ରେ କିଛି ଜିନିଷ ପତ୍ର ନ ନେଇ ଘେରି ର ଅନତି ଦୂର ରେ ଥିବା କେଳୁଣୀ ମୁଁହାଣ ପାଣି ଅତିକ୍ରମ କରି କୋଣାର୍କ ଯାଇ ସେଠାରୁ ବସ୍ ଯୋଗେ ଚାଲି ଯିବା ଲାଗି ଇଚ୍ଛା ପ୍ରକାଶ କରି ମୁଁହାଁଣ ମୁହଁ ରେ ପଷି ଥିଲେ l ହେଲେ, ଲଘୁଚାପ  ଥିବାରୁ  ସମୁଦ୍ରରେ ଜୁଆର ଥିଲା   ନଦୀ ଓ ସମୁଦ୍ର ର ସଂଯୋଗ ସ୍ରୋତ ଥିବାରୁ ରାମ ଚନ୍ଦ୍ର ଭୂଇଁୟା (୩୮) ପି, ମଙ୍ଗରାଜ,ପ୍ରବଳ ସ୍ରୋତରେ ଭାଶି ଯାଇ ସାଥି ସାଥି ନିଖୋଜ ରହିଥିବା ବେଳେ, ଅନ୍ୟ ଜଣଙ୍କୁ କିଛି ଧିବର ମାଛ ଧରୁଥିଲା ବେଳେ ସ୍ରୋତରୁ ଉଦ୍ଧାର କରିଥିଲେ l ଅସ୍ତରଙ୍ଗ ପୋଲିସ ଖବର ପାଇ ଖୋଜା ଖୋଜି କରିଥିଲେ ମଧ୍ୟ ନ ପାଇ ବାରୁ, ଶୁକ୍ରବାର ଦିନ ତାର ମୃତ ଶରୀର ଅଣକଣା ଗ୍ରାମ ନିକଟ ସମୁଦ୍ର ତଟରେ ଲାଗି ଥିବାର ଦେଖିବାକୁ ମିଳି ଥିଲା l ପୋଲିସ ମୃତକ ଶରୀର କୁ ଉଦ୍ଧାର କରି ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *