ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଏ ଆଇ ଏସ ଏଫ୍‌ ୟୁନିଟ୍ ସମ୍ମିଳନୀ

 

ଛାତ୍ର ଅଧିକାର ଓ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ ସଂଗଠିତ ଲଢ଼େଇ କରିବା ପାଇଁ ଆହ୍ବାନ। ସରକାର ପରିଚାଳନାଭାର ହାତକୁ ନେବାକୁ  ଦାବୀ

ନିମାପଡ଼ା,୭/୯(ଏ.ପି .ନିୟୁଜ)  ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏଫ୍‌) ପକ୍ଷରୁ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୟୁନିଟ୍ ସମ୍ମିଳନୀ ଅନୁଷ୍ଠିତ ହୋଇ ନୂତନ କଲେଜ ୟୁନିଟ୍ ଗଠନ କରାଯାଇଛି। ‘ଆମ କ୍ୟାମ୍ପସ, ଆମ ଦାୟିତ୍ୱ’ ଅଭିଯାନକୁ ଆଗେଇ ନେବା ସହ ଛାତ୍ରଛାତ୍ରୀଙ୍କ ଅଧିକାର, କଲେଜର ବିଭିନ୍ନ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ନେଇ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥିଲା।ସମ୍ମିଳନୀରେ ଏଆଇଏସଏଫ୍‌ ରାଜ୍ୟ ସହ ସମ୍ପାଦକ ଶୁଭ୍ରା ରାଣୀ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପପୁ ରାଉତ ଏବଂ ରାଜ୍ୟ ପରିଷଦ ସଦସ୍ୟ ସାଗର ପ୍ରଧାନ ଯୋଗଦେଇ ଏଆଇଏସଏଫ୍‌ର ସଂଘର୍ଷର ଇତିହାସ ଓ ଛାତ୍ର ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଆମ କ୍ୟାମ୍ପସ, ଆମ ଦାୟିତ୍ୱ’ ଅଭିଯାନକୁ ଆହୁରି ମଜବୁତ କରିବା ସହ କ୍ୟାମ୍ପସର ସମସ୍ୟା ସମାଧାନ ପାଇଁ ଛାତ୍ରଛାତ୍ରୀଙ୍କ ସକ୍ରିୟ ଭୂମିକା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିସହ ଆଗାମୀ ଦିନର କାର୍ଯ୍ୟସୂଚୀ ସମ୍ପର୍କରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।ସମ୍ମିଳନୀର ଶିକ୍ଷାର ଘରୋଇକରଣ, ଜାତୀୟ ଶିକ୍ଷା ନୀତି–୨୦୨୦ ଓ ଶିକ୍ଷାର ସାମ୍ପ୍ରଦାୟିକରଣ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ଶିକ୍ଷାକୁ ବ୍ୟବସାୟରେ ପରିଣତ କରିବା ପରିବର୍ତ୍ତେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ଗୁଣାତ୍ମକ, ସମାନ ଓ ସୁଲଭ ଶିକ୍ଷା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ। ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟର ପରିଚାଳନା ଭାର ସରକାର ହାତକୁ ନେବାକୁ ଅଖିଳ ଭାରତ ଛାତ୍ରସଂଘ  ନିମାପଡ଼ା ଶାଖା ପକ୍ଷରୁ ଦାବୀ କରାଯାଇଛି।

Leave a Reply

Your email address will not be published. Required fields are marked *