ନିମାପଡ଼ା ସମ୍ବାଦିକ ସଂଘର ଭୁମି ଓ ଅଫିସପାଇଁ ପ୍ରଶାସନକୁ ଦେଲା  ଦାବୀପତ୍ର

ନିମାପଡ଼ା, ୯/୭(ଏ.ପି ନିୟୁଜ)  ନିମାପଡ଼ା ନବ ଗଠିତ ସମ୍ବାଦିକ ସଂଘ ପାଇଁ ଭୁମି ଏବଂ ଅଫିସ ଘରର ଆବଶ୍ୟକତା ଥିବା ଦର୍ଶାଇ ସଭାପତି ଅକ୍ଷୟ କୁମାର ନାୟକଙ୍କ ନେତୃତ୍ବରେ ୧୮ ଜଣ ସମ୍ବାଦିକ ସଂଘର କର୍ମକର୍ତ୍ତା ଓ  ସଭ୍ୟମାନେ ଗତ ୮ ତାରିଖରେ ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନଙ୍କୁ ସାକ୍ଷାତ କରି ସମ୍ବାଦିକ ଭବନ ନିର୍ମାଣ ପାଇଁ  ପ୍ରମୁଖ ସ୍ଥାନରେ ୨ଦୁଇ ଡ଼ିସିମିଲ ସରକାରୀ  ଭୁମି  ଏବଂ ଅସ୍ଥାୟୀଭାବେ ସମ୍ବାଦିକମାନେ ଅଫିସ କରିବାପାଇଁ ଏକ ଗୃହ ଏନ.ଏ.ସି ଅଞ୍ଚଳ‌ରେ ଥିବା ଏକ ଘର (ସମ୍ବାଦିକମାନେ ଚିହ୍ନଟ କରିଥିବା) ଘରକୁ ସାମ୍ବାଦିକମାନଙ୍କୁ ହସ୍ତାନର କରିବାକୁ ଏକ ଦାବୀପତ୍ର କାର୍ଯ୍ୟନିର୍ବାହୀଅଧିକାରୀ ଚନ୍ମୟ ଦାସଙ୍କୁ ଗତ ୮ ତାରିଖରେ ଅଫିସରେ ସାକ୍ଷାତ ଆଲୋଚନା କରି ଦାବୀ ପତ୍ର ପ୍ରଦାନ କରାଯାଇଛି। ଉଭୟ ଅଧିକାରୀ ନିମାପଡ଼ା ସାମ୍ବାଦିକମାନଙ୍କ ଦାବୀ ଯଥାର୍ଥ ଦାବୀ ଗୁଡ଼ିକ ପ୍ରତି ସହୃଦୟତାର ସହ ବିଚାରକରାଯାଇ ଖୁବ ଶିଘ୍ର ପଦକ୍ଷେପ ନେବେ ବୋଲି ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *