ପୁରୀ୨୧/୭(ଏ.ପି ନିୟୁଜ) ପୁରୀର ସଂଗ୍ରାମ କ୍ଲବ ନିକଟରେ ଥିବା ଶ୍ରୀଧାମ ଠାରେ ସାଧୁସନ୍ଥ ମାନଙ୍କ ସମ୍ମିଳନୀ ବିଶ୍ବହିନ୍ଦୁ ପରିଷଦ ଆନୁକୂଲ୍ୟରେ ୨୧/୭ରେ ଅନୁଷ୍ଠିତ ହୋଇଯାଇଛି। ପୁଜ୍ୟ ସନ୍ଥ ମହାମଣ୍ଡେଳେଶ୍ବ ଶ୍ରୀ ଶଙ୍କରାନନ୍ଦ ଗିରିଙ୍କ ପୈାରହିତ୍ବରେ ଅନୁଷ୍ଠିତ ଏହି ଧର୍ମ ସମ୍ମିଳନୀରେ ପୁଜ୍ୟ ସନ୍ଥ ପରମହଂସ ଶ୍ରୀ ପ୍ରଜ୍ଞାନନ୍ଦ ମହାରାଜ, ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। । ବିଶ୍ବହିନ୍ଦୁ ପରିଷଦ କେନ୍ଦ୍ରିୟ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ମହିମା ସଂପ୍ରଦାୟର ପ୍ରାନ୍ତ କାର୍ଯ୍ୟାଧକ୍ଷ ରମେଶ ବାବା, ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ, ବିଜୟ ବାବା, ଚୈତନ୍ୟ ମହାରାଜଙ୍କ ସମେତ ୭୫ ଜଣ ସାଧୁସନ୍ଥ ଯୋଗଦେଇ ଗୋହତ୍ୟା ନିଷେଧ ଆଇନକୁ କଡ଼ାକଡ଼ିଭାବେ ଲାଗୁ କରିବା, ରାଜ୍ୟରେ ଧର୍ମାନ୍ତୀକରଣ ଆଇନକୁ ଲାଗୁକରିବାପାଇଁ, ଏଲି ଏଣ୍ଟରପ୍ରାଇଜେର୍ସ ଦ୍ବାରା ପ୍ରଯୋଜିତ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ହୋଇଥିବା ଚଳଚିତ୍ରକୁ ବନ୍ଦ କରିବା ଓ ଲକ୍ଷ୍ଣାଣାନ ନ୍ଦସରସ୍ବତୀଙ୍କ ହତ୍ୟାକାରୀକୁ କଠୋର ଦଣ୍ଡ ବିଧାନ କରିବା ଓ କମିଶନଙ୍କ ରିପୋର୍ଟକୁ ସାର୍ବ ଜନିନ କରିବା ଆଦି ସମ୍ମିଳନୀରେ ପ୍ରସ୍ତାବ ଗୃହିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ପବିତ୍ର ସ୍ବାଇଁ, କେନ୍ଦ୍ରିୟ ସେବା ପ୍ରମୁଖ ହରିଶ୍ଚନ୍ଦ୍ର ପ୍ରଧାନ, ପ୍ରାନ୍ତ ସହସଂପାଦକ ଉମାଶଭ୍କର ଆଚାର୍ଯ୍ୟ, ଧର୍ମକାର୍ଯ୍ୟ ପ୍ରମୁଖ ଅଜୟ ଦାଶ ଓ ଦେବାର୍ଷିତ ମହାନ୍ତ ପ୍ରମୁଖ ସମେତ ରାଜ୍ୟ ଓ ଜିଲାର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ସାଧୁସନ୍ଥ ସମ୍ମିଳନୀ। ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ ଦଣ୍ଡ ଦେବାକୁ ଦାବୀ












Leave a Reply