କାମ ନ ଶେ‌ଷ ନହେବା ଆଗରୁ ଧନୁଆଁ ଛକରେ  ନିର୍ମାଣ ଧୀନ କେନାଲ ବିଜ୍ର ଭୁଷୁଡ଼ି ପଡ଼ିଲା

ପୁର୍ତ୍ତ ବିଭାଗ ପକ୍ଷରୁ ନିମ୍ନ ମାନର କାର୍ଯ୍ର୍ୟ ଯୋଗୁଁ  ନିର୍ମାଣ ହେଉଥିବା ବ୍ରିଜରେ ଫାଟ ହୋଇ ପରେ ଭୁଷୁଡ଼ିଗଲା

ନିମାପଡ଼ା,୧୫/୮(ଏ.ପି ନିୟୁଜ) ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ୩୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବଳଙ୍ଗା ୦/୦୦ କିମି ଠାରୁ ୧୪/୫୦ କିମି ( ବଳଙ୍ଗା- ନିମାପଡ଼ା ମୁଖ୍ୟ ରାସ୍ତା  ) ପୂର୍ତ୍ତ ବିଭାଗ ରାସ୍ତାର ଏକ କେନାଲ ଉପରେ  ନିର୍ମାଣ ହେଉଥିବା୧୫ ମିଟର ଲମ୍ବର  ବ୍ରିଜ ଢଳେଇ ପଡ଼ିବାର କିଛି ଘଣ୍ଟା ପରେ ଫାଟ ସୃଷ୍ଟି ହୋଇଥିଲା। ନିମ୍ନମାନର କାମ ଧରା ପଡ଼ିଯିବା ଭୟରେ ଠିକାସଂଓ୍ଥା ବ୍ରିଜଟିକୁ ଭାଙ୍ଗିଦେଇଥିବା ସୁଚନା ମିଳିଛି। ଅନୁସଂନ୍ଧାନୁ ଜଣାଯାଏ ପୁରୀ ପୂର୍ତ୍ତ ବିଭାଗ ବଳଙ୍ଗା –ନିମାପଡ଼ା ରାସ୍ତା ପେଭମେଣ୍ଟ କ୍ବାଲିଟି କଂକ୍ରିଟ ରେ କରିବା ପାଇଁ ବଳଭଦ୍ର  ଡ଼େଭଲପର୍ସ ପାଇଭେଟ ଲିଃ ଦାୟିତ୍ବ ନେଇଥିଲା। ଏହି ରାସ୍ତା ଠିକ ଭାବରେ କାମ ହେଉନଥିବା ଠିକାଦାର ସଂଘ,ଠାରୁ ଆରମ୍ଭ କରି ନିର୍ବାଚିତ ଲୋକପ୍ରତିନିଧି  ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଆସୁଥିଲେ। ଅଭିଯୋଗ ର ସତ୍ୟତା ଥିବା କେନାଲର ଏକ ବ୍ରିଜ ରେ ଛାତର ଢଳେଇ ପଡ଼ିବା ସମୟରେ  ଜଣାପଡ଼ିଛି।  ବଳଙ୍ଗା ରାସ୍ତାର ଧନୁଆଁ ଛକଠାରେ ଅଙ୍କୁଶପୁର ଡ଼ିଷ୍ଟ୍ରିବୁଟାରୀ ପୁର୍ତ୍ତ ବିଭାଗ ରାସ୍ତାକୁ ଅତକ୍ରମ କରିଛି। ଗତ ୧୩ ତାରିଖରାତିରେ ଏହି ରାସ୍ତାର କେନାଲ ବ୍ରିଜ ଉପରେ ଢଳେଇ ଛାତ  ଠିକାସଂସ୍ଥା ପକ୍ଷରୁ ପଡ଼ିଥିଲା।  ଛାତ ପଡ଼ିବାର କିଛି ଘଣ୍ଟା ପରେ ପଡ଼ିଥିବା ଛାତରେ ଫାଟ ଦେଖା ଦେଇଥିଲା  ବ୍ରିଜର ପଡ଼ିଥିବା ଛାତ ଭୁଷୁଡ଼ି ଯିବାର ଆଶଙ୍କା ଥିବାରୁ  ଠିକା ସଂସ୍ଥା ୧୪ରେ ଜେସିବି ଲଗାଇ ଭାଙ୍ଗି ଦେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।  ଘଟଣାକୁ ଚପାଇ ଦେବାପାଇଁ ଉଦ୍ର୍ୟମ ଠିକା ସଂସ୍ଥା ର ପ୍ରକଳ୍ପ ପରିଚାଳକ  ଉଦ୍ୟମ କରିଥିଲେ ।  ବଡ଼ଶିରୁବଳା ପଞ୍ଚାୟତର ଯୁବନେତା ଦିଲିପ କୁମାର ପାତ୍ର କେନାଲ ବ୍ରିଜ ଭୁଷୁଡ଼ିବା ପାଇଁ ପୁର୍ତ୍ତ ବିଭାଗକୁ ଦାୟୀ କରିବାସହ ରାଜ୍ୟ ସରକାର ଠିକା ନେଇଥିବା ବଳଭଦ୍ର  ଡ଼େଭଲପର୍ସ ସଂସ୍ଥା ଏବଂ ପ୍ରକଳ୍ପ କାର୍ଯ୍ୟର ପରିଚାଳକ,   ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, କାର୍ଯ୍ୟ ତଦାରଖ କରୁଥିବା ପୁର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି।   ମିଳିଥିବା ସୁଚନାରୁ ଜଣାଯାଏ ଜଳସେଚନ ବିଭାଗର ଅନୁମତି ନିଆନଯାଇ  ପୂର୍ତ୍ତବିଭାଗ ଦାଦାଗିରିକରି କେନାଲ ବ୍ରିଜକୁ ଭାଙ୍ଗି ଦେଇଥିବା ବିଭାଗରୁ  ସୁଚନା ମିଳିଛି। ଜଳସେଚନ ବିଭାଗ ନିମାପଡ଼ା ଉପଖଣ୍ଡ ଓଳିକଣା ସେକସନ ଅଧିନରେ ବ୍ରିଜ ରହିଛି।  ବ୍ରିଜ  ନିର୍ମାଣ ପାଇଁ ପୂର୍ତ୍ତ ବିଭାଗରୁ ଠିକାନେଇଥିବା ସଂସ୍ଥା କ୍ରସ ବନ୍ଧକରି କେନାଲପାଣିକୁ ଅଟକାଇଛି  ।ବ୍ରିଜ ଠାରୁ ୧୬୫୦ ମିଟର ପର୍ଯ୍ୟନ୍ତ କେନାଲ ତଳ ମୁଣ୍ଡରେ ପାଣି ପହଁଞ୍ଚିବାରେ ବାଧା ସୃଷ୍ଟି ହୋଇଛି।  ଚାଷ ସମୟରେ କେଉଁ ଅଧିକାରୀଙ୍କ ନିର୍ଦ୍ଦେଶରେ କେନାଲରେ କ୍ରସ ବନ୍ଧକରି କେନାଲପାଣିକୁ ଅଟକାଯାଇଛି ତଦନ୍ତ ହେବା ଆବଶ୍ୟକ ବୋଲି ଚାଷୀମାନେ ଦାବୀ କରିଛନ୍ତିଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛପକ୍ତ

 

Leave a Reply

Your email address will not be published. Required fields are marked *