ପୁରୀ ୬/୮ (ଏ.ପି ନିୟୁଜ) ଆଜିସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ଦ ଫ୍ୟୁଚର ଅଫ ହ୍ୟୁମାନିଟି ପକ୍ଷରୁ ୮୧ତମ ହିରୋସୀମା ଦିବସ ପାଳିତ ହୋଇଯାଇଛି।ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ଡା. ସଦାନନ୍ଦ ମିଶ୍ରଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସ୍ବର୍ଗତ ମିଶ୍ର ଙ୍କ ର ଏପରି ବିଶ୍ୱଶାନ୍ତିର ବିରଳତା ବିଷୟ ରେ ଆଲୋଚନା ଆରମ୍ଭ ହୋଇଥିଲା ହିରୋସୀମା ଓ ନାଗାସାକୀରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଆଜିଠାରୁ ଠିକ୍ ୮୧ ବର୍ଷ ପୂର୍ବେ, ୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୩ ମିନିଟରେ “ଲିଟିଲ୍ ବୟ” ନାମକ ପୃଥିବୀର ପ୍ରଥମ ପରମାଣୁ ବୋମା ହିରୋସୀମା ଉପରେ ନିକ୍ଷେପ କରାଯାଇଥିଲା।ଅନୁଷ୍ଠାନର ସମ୍ପାଦିକା ଅଳକାନନ୍ଦା ମିଶ୍ର IAFHର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେମୁଖ୍ୟଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡା. ପ୍ରଭାତ ମହାପାତ୍ର କହିଥିଲେ ଯେ ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ମଧ୍ୟରେ ମାନବଜାତିକୁ ଶାନ୍ତିର ପଥ ଅନୁସରଣ କରିବାକୁ ପଡ଼ିବ। ଭାରତର ମାଟି ଆମକୁ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଓ ଅହିଂସାର ଆଦର୍ଶ ଶିଖାଇଛି ବୋଲି କହିଥିଲେ।ମୁଖ୍ୟବକ୍ତା ତଥା ପୂର୍ବତନ ରାଷ୍ଟ୍ରଦୂତ ଡା. ମଳୟ ମିଶ୍ର କହିଥିଲେ ଯେ ବିଶ୍ୱର ସମସ୍ତ ରାଷ୍ଟ୍ର ମିଳିତ ଭାବେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରୟାସ କରିବା ଆବଶ୍ୟକ। ଭାରତ ସରକାର ମଧ୍ୟ ବିଶ୍ୱ ଶାନ୍ତି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଥିଲେ।ପ୍ରାରମ୍ଭରେ ଅଧ୍ୟାପକ ଡା. ବିଶ୍ୱନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଶାନ୍ତି ପ୍ରାର୍ଥନା କରିଥିଲେ।ସମ୍ମାନିତ ଅତିଥି ଭାବେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଚିତ୍ତରଞ୍ଜନ ଦିବେଦୀ, ପୁରୀ ଓକିଲ ସଂଘର ସମ୍ପାଦକ ଶ୍ରୀ ଶରତ ରାଏଗୁରୁ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ ଏବଂ ସମାଜସେବୀ ଚକ୍ରଧର ମହାପାତ୍ର ଯୋଗଦେଇ ବିଶ୍ୱ ଶାନ୍ତିର ଆବଶ୍ୟକତା, ଯୁଦ୍ଧର କୁପରିଣାମ ଏବଂ ପରମାଣୁ ଅସ୍ତ୍ର ଦୌଡ଼ ରୋକିବା ଉପରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ଶାନ୍ତିପ୍ରେମୀ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଶାନ୍ତିର କପୋତ ଉଡ଼ାଯିବାସହ ଶାନ୍ତିର ବାର୍ତା ପ୍ରଚାର କରିବାପଶଇଁ ଜିଲାସ୍କୁଲ ଠାରୁ ଏକ ଶାନ୍ତି ଶୋଭାଯାତ୍ରା ବୁଦ୍ଧ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା
ହିରୋସୀମା ଦିବସ ପାଳିତ ,ଶାନ୍ତି ର ବାର୍ତ୍ତା ବଣ୍ଟନ









Leave a Reply