ନିମାପଡ଼ା, ୨୮/୯(ଏ.ପି ନିୟୁଜ)) କେନ୍ଦ୍ରିୟ ଯୋଜନା ଗୁଡ଼ିକ ନିମାପଡ଼ା ବ୍ଲକରେ କିଭଳି କାର୍ଯ୍ୟକାରୀ କରାଯାଉଛି ତାହାର ସ୍ବଛତା ଭାବରେ ସମ୍ପାଦନ କରିବା ଦ୍ବାରା ଯୋଜନା ଗୁଡ଼ିକ ସୁଦୃଡ କରିବା ହେଉଛି ଜନଶୁଣାଣୀର ଉଦ୍ଦେଶ୍ୟ। ଆଜି ନିମାପଡ଼ା ବ୍ଲକ ବିଜୁପଟ୍ଟନାୟକ ସମ୍ମିଳନୀ କକ୍ଷରେ କାର୍ଯ୍ୟକାରୀ କରାଯାଉଥିବା ସାମାଜିକ ସହୟତା କାର୍ଯ୍ୟକ୍ରମ,, ମଧୁବାବୁ ପେନସନ ଯୋଜନା ,ସମଗ୍ର ଶିକ୍ଷା ଓ ନିଶଚିତ କର୍ମନିଯୁକ୍ତି ଯୋଜନାରେ ଥିବା ତ୍ରୁଟି ବିଚ୍ୟୁତି, ଅଭିଯୋଗ ସଂପର୍କରେ ଆଜି ଜନଶୁଣାଣୀ ହୋଇଥିଲା। ଜନଶୁଣାଣୀ ପୁରୀ ଜିଲାର ପଦସ୍ଥ ଅଧିକାରୀଙ୍କ ଅନୁପସ୍ଥିତିରେ ବିଡ଼ିଓ ଜନଶୁଣାଣୀ କରିଥିଲେ। ମଧୁବାବୁ ପେନଶନ ହୋଜନାରେ ବୟସ୍କ ହିତାଧିକାରୀମାନେ ବ୍ୟାଙ୍କ କୁ ଖର୍ଚ୍ଚାନ୍ତ ହୋଇ ଯାଇ ସେମାନଙ୍କ ପେନସନ ଆଣି ପାରୁନାହାଁନ୍ତି , ଏବଂ ଗତ ୪ମାସଧରି ବ୍ୟାଙ୍କ ଖାତାକୁ ପେନସନ ଆସୁନଥିବା ଏବଂ ବିଭିନ୍ନ ପଞ୍ଚାୟତରେ ପେନସନ ହିତାଧିକାରୀମାନେ ମୃତ୍ୟୁ ହୋଇଛି କିନ୍ତୁ ଦୀର୍ଘମାସ ହେବ ପେନସନ ଟଙ୍କା ଗଡ଼ପଦନପୁର , ଡ଼େଣୁଅଁ ତେରୁଣ୍ଡିଆ ସମେତ ଅନ୍ୟ ନିର୍ଦ୍ଦିଷ୍ଟ ପଞ୍ଚାୟତର ହିତାଧିକାରୀ ମୃତ୍ୟୁହୋଇଛି କିନ୍ତୁ ମୃତ ବ୍ୟକ୍ତିଙ୍କ ନାମରେ ପୂର୍ବଭଳି ହଜାର ହଜାର ପେନସନ ଟଙ୍କା ଉଠୁଥିବା ଥିବା ଅଭିଯୋଗ ହେବାରୁ ବିଡ଼ିଓ ଘଟଣା ର ତଦନ୍ତ କରି ମୃତ ବ୍ୟକ୍ତିର ଟଙ୍କା ନେଇଥିବା ପରିବାର ଠାରୁ ଟଙ୍କା ଫେରାଇ ଅଣାଯାଇଥିବା ଶୁଣାଣୀ ଶିବିରରେ କହିଥିଳେ। ନିମାପଡ଼ା ଏନ.ଏ.ସିରେ ପେନସନ ଯୋଜନାରେ ବହୁ ହିତାଧିକାରୀ ବୟସ୍କ ହୋଇଥିବାରୁ ବ୍ୟାଙ୍କ ଯାଇପାରୁ ନାହାଁନ୍ତି ଅଟୋ ଭଡ଼ାକରି ବ୍ୟାଙ୍କ ଗଲେ ଭଡ଼ା ବାବତରେ ୩ଶହ ଟଙ୍କା ଦେବାକୁ ପଡ଼ୁଛି ତେଣୁ ସେମାନଙ୍କୁ ଘରେ ଦେବାପାଇଁ ଅଭିଯୋଗ ନିବେଦନ କରିଥିଲେ। ସେହିଭଳି ସମଗ୍ର ଶିକ୍ଷା ଯୋଜନାରେ ୨୦୨୩ – ୨୪ ୨୪ ଟି ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୬୪ ଟି ବିଦ୍ୟାଳର ଭିତ୍ତି ପ୍ରସ୍ତର ସ୍ଥାପନ ପାର୍ଇ ଆର୍ଥିକ ଅନୁଦାନ ଦିଆଯାଇଛି। ନୁଆସନ୍ଥ ପଞ୍ଚାୟତ ସରପଞ୍ଚ ପ୍ରଫୁଲ ସ୍ବାଇଁ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ ତାଙ୍କ ପଞ୍ଚାୟତରେ ଦାଶ ପୁରୁଷୋତ୍ତମ ବିଦ୍ୟାଳୟରେ ଛାତ୍ରଙ୍କ ଉପସ୍ଥାନ ଅନୁପାତ ଅନୁସାରେ ୨ଜଣ ଶିକ୍ଷକ ରହିବା କଥା ୩ଜଣ ଶିକ୍ଷକ ଅଛନ୍ତି ବୋଲି ଅଭିଯୋଗ କରିଥିଲେ। ବିଦ୍ୟାଳୟର ଘର ନାହିଁ , ଖେଳ ପଡ଼ିଆ ନଥିବା କହିଥିଲେ। ଗୋଟିଏ, ଗୋଟିଏ ସ୍କୁଲରେ ଗୋଟିଏ ଶ୍ରେଣୀ ଗୃହରେ ୩ଟି ଶ୍ରେଣୀ ପିଳା ବସି ପାଠ ପଢୁଥିବା ଓ ମଧ୍ୟାହ୍ନ ଭୋଜନ ଏକାଠି ବସି ଖାଇବା ଡ଼ାଇନିଂ ହଲ ନାହିଁ। ଷଛାଟ ଛୋଟପିଲାମାନେ ବୁଲାକୁକୁର ଓ ବୁଲା ଗାଇ ଗୋରୁ , ଷଣ୍ଢଙ୍କ ମେଳରେ ବସି ଖାଉଥିବା ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ବଖାଣି ଥିଲେ। ଜନଶୁଣାଣୀରେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ଅତିରିକ୍ତ ବିଡ଼ିଓ ଶୁଭଦର୍ଶନୀ ବରାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷଏବଂ ଉପାଧ୍ୟକ୍ଷା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବନ୍ଦିତା ଧଳସିଂ, ସହକାରୀ ଯନ୍ତ୍ରୀ ମାନସ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଏସ ଓ, ଏବଂ ସତ୍ୟବ୍ରତ ପରମାଣିକ ପ୍ରମୁଖ ସମେତ ପିଇଓ ,ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତ ଥିଲେ।
କେନ୍ଦ୍ରିୟ ଯୋଜନା ସ୍ବଛତା ଓ ଅଭିଯୋଗକୁ ନେଇ ଜନ ଶୁଣାଣୀ ଶିବିର














Leave a Reply