ନିମାପଡ଼ା,୩/୧୦ (ଏ.ପି ନିୟୁଜ) ନିମାପଡ଼ା ଏନ.ଏ.ସିର ୧୧ନଂ ୱାର୍ଡ଼ର ଗୁହାଳପଡ଼ା ରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଅଧ୍ୟାତ୍ମିକ ସଂଗଠନ ପରିସରରେ ଗତ ରବିବାର ମଧ୍ୟାହ୍ନରେ ସମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବସଡ ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ରାଜସ୍ଥାନର ମାଉଣ୍ଟଆବୁଠାରେ ଥିବା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟାଳୟର ମୁଖ୍ୟାଳୟ ରାଜସ୍ଥାନର ମାଉଣ୍ଟଆବୁଠାରେ ମାନସରୋବର କ୍ୟାମ୍ପସର ଦିବ୍ୟଶକ୍ତି ଅନୁଭବ ସମ୍ମିଳନୀ କକ୍ଷରେ ଜାତୀୟ ମିଡ଼ିଆ ସମ୍ମିଳନୀ ୨୦୨୬ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରହ୍ମାକୁମାରୀ ମିଡ଼ିଆ ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିମାପଡ଼ା ସମ୍ବାଦିକ ସଂଘକୁ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ବୈଜ୍ଞାନିକ ପ୍ରଣାଳୀରେ ଦିବ୍ୟ ଶକ୍ତି ମାଧ୍ୟମରେ ସାମ୍ବାଦିକମାନେ ଚାପ ମୁକ୍ତରହିପାରିବେ ତାହାର ସୂକ୍ଷ୍ମ ପ୍ରଣାଳୀ ଯୋଗଓ ଧ୍ୟାନ ମାଧ୍ୟମରେ ସମାଧାନ ହୋଇପାରିବ ତାହା ଶିକ୍ଷା ଦିଆଯାଇଥିଲା । ଏହି ଅବସରରେ ନିମାପଡ଼ା ଶାଖାରେ ପ୍ରଜାପିତା ବ୍ରହ୍ମା କୁମାରୀ ର ମୁଖ୍ୟ ସୁବାଶିନ ଦିଦିଙ୍କ ପୈାରହିତ୍ବରେ ଅନୁଷ୍ଠିତ ସମ୍ବାଦିକ ସଂଘର ସଭାପତି ଅକ୍ଷୟ ନାୟକ, ବରିଷ୍ଠ ସଭ୍ୟ ରାଜ କିଶୋର ଦାଶ, କେଦାର ନାଥ ସାହୁ, ଅଜିତ ରଞନ ସାହୁ, ଅଶୋକକୁମାର ବେହେରା, ସାନ୍ତନୁ ମହାନ୍ତି ଶିଶିର କୁମାର ସାହୁ, ବିବେକାନନ୍ଦସେଠୀ ଓ ନିଆଳୀର ନାରାୟଣ ବେହରାଙ୍କୁ ଉତ୍ତରୀୟ, ଓ ଫୁଲ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବ ଭାରତୀୟ ସମ୍ମିଳନୀରେ ଯୋଗଦେଇ ଫେରିଥିବା ସମ୍ବାଦିକମାନେ ସେମାନଙ୍କ ଅନୁଭିତି ସଂପର୍କରେ ବର୍ଣ୍ଣନା କରିଥିଲେ। । ଭାଇ ସୁରେନ୍ଦ୍ର ସିଂ, ଭାଇ ପ୍ରଭାକର ସାହୁ, ଭାଇ ବେଣୁଧର,ଭାଇ ଫାଲଗୁନି ସାହୁ ଭଉଣୀ ରୀନା, ପୁଷ୍ପା ଓ ଲୋନୀ ପ୍ରମୁଖ ସମ୍ବର୍ଦ୍ଧନା ଉତ୍ସବରେ ସହଯୋଗ କରିଥିଲେ।














Leave a Reply