ତଦନ୍ତ ପରେ ନୂଆବ୍ରିଜ ନିର୍ମାଣ ପାଇଁ ଆଦେଶ

ନିମାପଡ଼ା,୨୩/୦୮(ଏ.ପି.ନିୟୁଜ) -ସ୍ଥାନୀୟ ଅଞ୍ଚଳର ବିକାଶରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ପ୍ରତିବନ୍ଧକ ସାଜୁଥିବା ନିମାପଡ଼ାରେ ମୁଖ୍ୟ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।ଘଟଣାରୁ ପ୍ରକାଶ ନିମାପଡ଼ା ଠାରୁ ବଳଙ୍ଗା ରାସ୍ତା ମରଣଯନ୍ତା ପାଲଟିଥିଲା।ବହୁ ଦାବି ଓ ପ୍ରତିବାଦ ପରେ ଉକ୍ତ ରାସ୍ତାର ସମ୍ପ୍ରସାରଣ ଓ ନିର୍ମାଣ ପାଇଁ ପ୍ରାୟ  ୩୭କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ବଳଭଦ୍ର କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡ ନାମକ ଠିକା ସଂସ୍ଥାକୁ  ରାସ୍ତା ନିର୍ମାଣର ଦାୟିତ୍ବ ପ୍ରଦାନ କରାଯାଇଥିଲା। କିଛି ଠିକା ସଂସ୍ଥା    ଓ ଠିକାଦାର  ରାସ୍ତାକାମ ଠିକାନେଇଥିବା  ବଳଭଦ୍ର କନର୍ଷ୍ଟକସନ କୁ ବିରୋଧକରି  ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ପରୋକ୍ଷ ଭାବେ  ବିଭିନ୍ନ ମାଧ୍ୟମରେ ବିରୋଧ କରି ଆସୁଛନ୍ତି।ଗତ ୪/୫ ଦିନ ତଳେ ଧନୁଆଁ ଛକ ଠାରେ ରାସ୍ତା ଉପରେ ଥିବା ଏକ କେନାଲ ଉପରେ  ଦେଢ ଲକ୍ଷ ଟଙ୍କା ବ୍ୟୟରେ  ଗୋଟିଏ   ପାର୍ଶ୍ଵରେ ଛୋଟିଆ ବ୍ରିଜଟିଏ ନିର୍ମାଣ କରାଯାଇଥିଲା।ଅପର ପାର୍ଶ୍ଵରେ ବାଲି ଓ ଗୋଡି ବୋଝେଇ ଟ୍ରକ ଯୋରକରି  ଯିବାଆସିବା ଦ୍ବାରା ପଡିଥିବା ବ୍ରିଜ ଛାତରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ  ବ୍ଜିଜରେ ଫାଟ ହୋଇଥିବା ଜଣାଇବା ପରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳକୁ ଯାଇ ଉକ୍ତ ବ୍ରିଜ ଭାଙ୍ଗି ସାନି ନିର୍ମାଣ କରିବାକୁ ଠିକାସଂସ୍ଥାକୁ  ନିର୍ଦ୍ଦେଶ ଦେଇଥିଲେ। ଅପର ପକ୍ଷରେ ଉକ୍ତ ବ୍ରିଜଟିକୁ ଅଧିକ ଉଚ୍ଚା କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି ମଧ୍ୟ ଉଠାଇଥିଲେ।ଏଣୁ ସଂପୃକ୍ତ ଠିକା ସଂସ୍ଥା ଉକ୍ତ ବ୍ରିଜ ଡୋଜର ଲଗାଇ ଭାଙ୍ଗି ଦେଇଥିଲା। ମାତ୍ର ନିମାପଡ଼ାରେ ଆରମ୍ଭ ହୋଇଥିବା  ନୂଆ  ବିକାଶ କାର୍ଯ୍ୟକ୍ରମକୁ  ବିରୋଧ କରୁଥିବା କିଛି ଅସହିସ୍ଣୁ ଗୋଷ୍ଠୀ  ସରକାରଙ୍କ ବିରୋଧରେ ଅପପ୍ରଚାର କରି ବଦନାମ କରିବାକୁ ଉଦ୍ୟମ ଚଳାଇଛନ୍ତି । ସବୁଦିଗକୁ ଦେଖି ନୂତନ ବ୍ରିଜ ନିର୍ମାଣ ହେବବୋଲି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୂଚନା ‌ଦେଇଛନ୍ତି ।

Leave a Reply

Your email address will not be published. Required fields are marked *