ଅସ୍ତରଙ୍ଗ ବାଟ ଦେଇ ଯିବ ଉପକୁଳ ରାଜପଥ

ଅସ୍ତରଙ୍ଗ,( ଏ.ପି ନିୟୁଜ,ଦୁଃସାଶନ ନାୟକ )କେନ୍ଦ୍ର ସରକାର ଙ୍କ ପ୍ରସ୍ତାବିତ ଉପକୂଳ ରାଜ ପଥ ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୁଳ ଦେଇ ଯିବ ବୋଲି କେନ୍ଦ୍ର ସରକାର ଙ୍କ ପକ୍ଷରୁ ଘୋଷଣା କରା ଯାଇଛି।, ଏହି ମେଗା ରାଜ ପଥ ଗଞ୍ଜାମ ଜିଲ୍ଲା ର ଗୋପାଳ ପୁର ଠାରୁ ବାହାରି ପୁରୀ, ଅସ୍ତରଙ୍ଗ, ପାରାଦ୍ୱୀପ ଦେଇ ବାଲେଶ୍ୱର ର ଦିଘା ପର୍ଯ୍ୟନ୍ତ (ପ୍ରାୟ ୩୪୮ କିଲୋ ମିଟର )ରାସ୍ତା ସଂଯୋଗ କରିବ l ପ୍ରାଥମିକ ଭାବେ ଏହା ୪ ଲେନ ବିସିଷ୍ଟ ଗ୍ରୀନ ଫିଲଡ଼ ହାଉୟେ ହେବ l ଏହାର ମୋଟ ଚଉଡା ୪୫ ରୁ ୬୦ ମିଟର ରହିବ, ଯାହାକି ଭବିଷ୍ୟତ ରେ ୬ଲେନ ରାସ୍ତା ହୋଇ ପାରିବ l ସମୁଦ୍ର କୁଳ ବର୍ତ୍ତୀ ନଦୀ ଓ ନାଳ ଗୁଡିକୁ ସଂଯୋଗ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ର ୧୫ରୁ ଅଧିକ ବଡ଼ ଵୀଜ, ଶତାଧିକ ଛୋଟ ବ୍ରିଜ, କଲଭେଟ ନିର୍ମାଣ ସହ, ଅସ୍ତରଙ୍ଗ ନିକଟ ବର୍ତ୍ତୀ ଦେବୀନଦୀ ରେ ଏକ ପ୍ରମୁଖ ବ୍ରିଜ ହେବାର ଯୋଜନା ରସିଛି l ବ୍ରିଜ ହେବା ଦ୍ଵାରା ଅସ୍ତରଙ୍ଗ ଠାରୁ ଜଗତସିଂହପୁର ଓ ପାରାଦ୍ୱୀପ ର ଦୂରତା ଅଧା ହୋଇଯିବ lପ୍ରକଳ୍ପ ପାଇଁ ପ୍ରାୟ ୨.୫୦୦ରୁ ୩,୦୦୦ହେକ୍ଟର ଜମି ଆବଶ୍ୟକତା ରହି ଅଛି l ଏଥି ମଧ୍ୟରେ ବହୁ ପରିମାଣ ରେ ସରକାରୀ ଚାଷ ଜମି,ଏବଂ କିଛି ସ୍ଥାନରେ ସଂରକ୍ଷିତ ଜଙ୍ଗଲ ଜମି ମଧ୍ୟ ରହିଥିବା ଜଣା ପଡିଛି l କିନ୍ତୁ ଏହି ବିକାଶ ଭିତରେ ମତ୍ସ ବ୍ୟବଶାୟୀ ଓ ପର୍ଯ୍ୟଟନ ର ବିକାଶ ହେବ ବୋଲି ଆଶା କରା ଯାଉ ଥୀବା ବେଳେ,ଜମି ହରାଉ ଥୀବା ସ୍ଥାନୀୟ ଚାଷି, ଜନ ସାଧାରଣ ମାନେ ଉପଯୁକ୍ତ ବଜାର ଦର ଅନୁସାରେ କ୍ଷତି ପୂରଣ ପାଇବେ କି ନାହିଁ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଠିଆ ହୋଇଛିlଅପର ପକ୍ଷରେ ଏହାର ମୋଟ ଅଟକଳ ମୂଲ୍ୟ, ପ୍ରାୟ ୮,୩୦୦, ୩୯କୋଟି (କେନ୍ଦ୍ର କ୍ୟାବିନେଟ ଦ୍ଵାରା ଅନୁମୋଦିତ ), ଲମ୍ବ ୧୬୦,୧୮କିଲୋମିଟର ଦୁଇଟି ପ୍ୟାକଜେ ରେ ନିର୍ମାଣ ହେବ l ପ୍ରଥମ ରମେଶ୍ୱରରୁ କୋଣାର୍କ ୭୯, ୪୦କିଲୋମିଟର ୪ଲେନ,୫, ୩୦୪.୮୦କୋଟି ରହିଥିବା ବେଳେ, କୋଣାର୍କ ରୁ ପାରାଦ୍ୱୀପ ୮୦,୭୪କି ମି ଦୁଇ ଲେନ ବିସିଷ୍ଟ ଅଟକଳ ୨,୯0T,୯୯କୋଟି ରହି ଅଛି l

Leave a Reply

Your email address will not be published. Required fields are marked *